ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପୋଲିସର ୭ଜଣ ବରିଷ୍ଠ ଅଫିସରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେବା ସହ ଅନ୍ୟତ୍ର ବଦଳି କରିଛନ୍ତି ରାଜ୍ୟ ସରକାର। ୭ଜଣ ଅଫିସର ବିଭିନ୍ନ ସ୍ଥାନରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଛନ୍ତି | ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓପିଏସ୍ ପ୍ରକାଶ କୁମାର ନାୟକଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ପରେ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ଏସପି ଭାବେ ଅବସ୍ଥାପିତ କରାଯାଇଛି ଓ ତାଙ୍କୁ ଭିଜିଲାନ୍ସ ବିଭାଗକୁ ଡେପୁଟେସନରେ ପଠାଯାଇଛି । ସେହିପରି ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ ବଦଳି ହୋଇଛି । ନିମାଇଁ ଚରଣ ସେଠୀଙ୍କୁ ପଦୋନ୍ନତି ପରେ ଭୁବନେଶ୍ୱରସ୍ଥିତ ସାମୁଦ୍ରିକ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଏଆଇଜି, ମିହିରି କୁମାର ପଣ୍ଡାଙ୍କୁ ପଦୋନ୍ନତି ପରେ ଭୁବନେଶ୍ୱର କମିଶନରେଟ ପୋଲିସର ଡିସିପି(କ୍ରାଇମ), ରଞ୍ଜନ କୁମାର ଦାସଙ୍କୁ ପଦୋନ୍ନତି ପରେ ଭିଜିଲାନ୍ସ ଏସପି, କିଶୋର ଚନ୍ଦ୍ର ପାଟଶାଣୀଙ୍କୁ ପଦୋନ୍ନତି ପରେ ପୋଲିସ କମିଶନରେଟ୍ ମୁଖ୍ୟାଳୟ ଡିସିପି, ଅମରେଶ କୁମାର ପାଣିଗ୍ରାହୀଙ୍କୁ ପଦୋନ୍ନତି ପରେ କଟକ କ୍ରାଇମବ୍ରାଂଚ ଏସପି ଭାବେ ବଦଳି ହୋଇଛି । ସେହିପରି ରଶ୍ମୀକାନ୍ତ ମିଶ୍ରଙ୍କୁ କ୍ରାଇମବ୍ରାଂଚ ଏସପି ଭାବେ ବଦଳି କରାଯାଇଛି । ଶ୍ରୀ ମିଶ୍ର ଏବେ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ଏସପି ଭାବେ କାର୍ଯ୍ୟ କରୁଛନ୍ତି ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..