Report Card Odisha

| Daily Odia News

ରାଜ୍ୟସଭାରୁ ଅବସର ନେଲେ ୭୨ ସାଂସଦ, ଓଡିଶାରୁ ୩ ସାଂସଦ ଙ୍କ କାର୍ଯ୍ୟକଳା ଶେଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ରାଜ୍ୟସଭାରୁ ଅବସର ନେଇଛନ୍ତି ୭୨ ସାଂସଦ | ଓଡିଶ ୩ ରାଜ୍ୟସଭା ସାଂସଦ ପ୍ରଶ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ଶସ୍ମିତ ପାତ୍ରଙ୍କ କାର୍ଯ୍ୟକଳା ଶେଷ ହୋଇଛି | ସମସ୍ତ ୭୨ ସାଂସଦ ଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିବା ସୂଚନା ମିଳିଛି | ଏମ୍‌ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା ଆପଣମାନେ ପୁଣି ରାଜ୍ୟ ସଭାକୁ ଆସନ୍ତୁ। ଏହି ଅବସରରେ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟମାନଙ୍କୁ ବିଦାୟ ଦେଇଛନ୍ତି।

ଗୃହର ନେତା ପୀୟୁଷ ଗୋୟଲ ଏବଂ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରପ୍ରାପ୍ତ ସଦସ୍ୟମାନଙ୍କ ମଧ୍ୟରେ ୭ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଗୁରୁବାର ଗୃହରେ ଏମ୍‌ପି ବିଦାୟ ସଭା ପାଇଁ ଶୂନ୍ୟକାଳ ଏବଂ ପ୍ରଶ୍ନକାଳ ରହି ନାହିଁ। ବିଭିନ୍ନ ଦଳର ନେତା ଏବଂ ସଦସ୍ୟମାନଙ୍କୁ ବିଦାୟ କାର୍ଯ୍ୟକ୍ରମରେ କହିବାର ସୁଯୋଗ ଦିଆଯାଇଛି । ଏପ୍ରିଲରେ ଅବସର ନେଉଥିବା ସଦସ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଆନନ୍ଦ ଶର୍ମା, ଏ.କେ ଆଣ୍ଟୋନି, ଭାଜପାର ସୁବ୍ରମଣ୍ୟନ ସ୍ବାମୀ, ଏମସି ମେରିକୋମ ଏବଂ ସପନ ଦାସଗୁପ୍ତ ପ୍ରମୁଖ ରହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସୁରେଶ ପ୍ରଭୁ, ଏମଜେ ଆକବର, ଜୟରାମ ରମେଶ, ବିବେକ ତନ୍‌ଖାା, ଭି ବିଜୟସାଇ ରେଡ୍ଡୀଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଜୁଲାଇରେ ଅବସର ନେବାକୁ ଥିବା ସଦସ୍ୟମାନଙ୍କ ମଧ୍ୟରେ ପୀୟୁଷ ଗୋୟଲ, ମୁଖ୍‌ତାର ଅବ୍ବାସ ନାକଭି, ପି ଚିଦାମ୍ବରମ, ଅମ୍ବିକା ସୋନି, କପିଲ ସିବଲ, ସତୀଶ ଚନ୍ଦ୍ର ମିଶ୍ର, ସଞ୍ଜୟ ରାଉତ, ପ୍ରଫୁଲ୍ଲ ପଟେଲ ଏବଂ କେଜେ ଆଲଫୋନ୍ସ ଅଛନ୍ତି। କେତେକ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ନେତାଙ୍କୁ ପୁନର୍ବାର ମନୋନୀତ କରାଯିବ ଏଥି ସହିତ କଂଗ୍ରେସର କିଛି ସଦସ୍ୟଙ୍କୁ ପୁଣି ମନୋନୀତ କରିବା ଉପରେ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ସଦସ୍ୟମାନଙ୍କ ମଧ୍ୟରୁ କେତେକ ଅସନ୍ତଷ୍ଟ ଗୋଷ୍ଠୀରେ ଯୋଗଦେଇଛନ୍ତି। ସେମାନେ ଦଳର ନେତୃତ୍ୱକୁ ସମାଲୋଚନା କରିଛନ୍ତି।

 

Breaking News