ରିପୋର୍ଟ କାର୍ଡ / ବଲାଙ୍ଗୀର
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର |ବଲାଙ୍ଗୀର ଆଗଲପୁର ତହସିଲର ସେକ୍ସନ ଅଫିସର କିଶୋର ଖର୍ସେଲ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଜବତ ଟ୍ରାକ୍ଟରକୁ ଛାଡିଦେବା ପାଇଁ ମାଲିକଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିଲେ । କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ କାବୁକରି ତାଙ୍କ ଠାରୁ କେମିକାଲ ବୋଳା ୩୫ ହଜାର ଟଙ୍କା ଜବତ କରିଛି । ଆଗଲପୁର ବ୍ଲକ ବିନ୍ଧାପାଲି ଗ୍ରାମର କୃଷ୍ଣଚନ୍ଦ୍ର ସାହୁ କୁକୁଡା ଫାର୍ମ ମରାମତି ପାଇଁ ନଈରୁ ବାଲି ନେଉଥିବା ବେଳେ ବେଆଇନ ବାଲି ଚାଲାଣ ନେଇଆରଆଇ ଟ୍ରାକ୍ଟର ଜବତ କରି ୧ଲକ୍ଷ ୧୫ ହଜାର ଟଙ୍କା ଫାଇନ କରିଥିଲେ । ଫାଇନ୍ ଡିପୋଜିଟ୍ କଲେ ଜବତ ଟ୍ରାକ୍ଟର ଛଡାଯିବ ବୋଲି ସେକ୍ସନ ଅଫିସର କହିଥିଲେ । ନଚେତ ୪୫ହଜାର ଟଙ୍କା ଲାଞ୍ଚ ଦେଲେ ଛଡାଯିବ ବୋଲି କହିଥିଲେ । ଏନେଇ ଟ୍ରାକ୍ଟର ମାଲିକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଗତକାଲି ସଂଧ୍ୟା ସମୟରେ ୩୫ ହଜାର ଲାଞ୍ଚ ଦେଉଥିବାଳେ ଭିଜିଲାନ୍ସ କାବୁ କରିଥିଲା । ଗିରଫ୍ ପରେ ସେକ୍ସନ୍ ଅଫିସରଙ୍କ ବଲାଙ୍ଗୀର ହାତୀଶାଳପଡାଠାରେ ଥିବା ସରକାରୀ କ୍ୱାର୍ଟରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବାକୁ କଟିଥିଲା ବଲାଙ୍ଗୀର ଭିଜିଲାନ୍ସ ଟିମ୍ ।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..