ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ ରାଇଚନ୍ତି | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୋଭିଡ କଟକଣା ଯୋଗୁ ବିନା ଦର୍ଶକରେ ଆୟୋଜିତ ଏହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ପୋଲିସ ବ୍ୟାଣ୍ଡ ସମେତ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଥିଲେ। ପ୍ରଥମ ଥର ପାଇଁ ପରେଡରେ ସୀମା ସୁରକ୍ଷା ବଳ ଯବାନ ଭାଗ ନେଇଥିବା ବେଳେ ସିଆରପିଏଫ, ଏସଓଜି, ଓଏସଏଏପି, ଓଡ୍ରାଫ, ଫାୟାର, ଏସଏସବି ଓ ୩ଟି ବ୍ରାସବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ। ଯୁବ ଆଇପିଏସ ଅଧିକାରୀ ରୋହିତ ବର୍ମା ପରେଡ ପରିଚାଳନା କରିଥିଲେ। ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୨୫ ପ୍ଲାଟୁନ ଫୋର୍ସ ଓ ୭୦ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ଥିଲେ।






More Stories
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..