Report Card Odisha

| Daily Odia News

ସମ୍ମାନଜନକ ପଦ୍ମ ପୁରସ୍କାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ଶିକ୍ଷା ଓ ସାହିତ୍ୟ ପାଇଁ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ଓ କ୍ରୀଡ଼ା ପାଇଁ ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ନିମନ୍ତେ ମନୋନୀତ କରାଯାଇଛି। ସେହିପରି ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ କଳାକ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ, ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ। ଭାରତର ପ୍ରଥମ ସିଡିଏସ୍‌ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ, ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝାରିଆ, ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ସାଇରସ୍‌ ପୁନାଓ୍ୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ, ଆଥଲେଟ୍‌ ସୁମିତ ଅଣ୍ଟିଲ, ନୀରଜ ଚୋପ୍ରା, ବନ୍ଦନା କାଟରିଆଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ର ପାଇଁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ସୂଚନା ଦିଆଯାଇଛି ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ତାଲିକା https://www.padmaawards.gov.in/padmaawardees2022.pdf ରେ ଉପଲବ୍ଧ ହେଉଛି।

 

Breaking News