ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରୀ ଚାକିରି କରିଥିବା ମହିଳା ଓ ବିପତ୍ନୀକ ପୁରୁଷଙ୍କୁ ଶିଶୁର ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନର ଛୁଟି ମିଳିବ | ଏନେଇ ଲୋକସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସିଂହ କହିଲେ ଯେ, କେନ୍ଦ୍ରୀୟ ପ୍ରଶାସନିକ ସେବା (ଛୁଟି) ଆଇନ ୧୯୭୨ ଅନୁସାରେ କେନ୍ଦ୍ର ସରକାରୀ ସେବାରେ ନିୟୋଜିତ ମହିଳା ଓ ଏକକ (ସ୍ତ୍ରୀ ନ ଥିବା) ପୁରୁଷଙ୍କୁ ସେମାନଙ୍କ ଦୁଇ ଜୀବିତ ଜ୍ୟେଷ୍ଠ ସନ୍ତାନଙ୍କ ଯତ୍ନ ପାଇଁ ସେମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମୋଟ ଚାକିରି ଅବଧି ଭିତରେ ସର୍ବାଧିକ ୭୩୦ ଦିନ ଛୁଟି ମିଳିପାରିବ। ସେମାନଙ୍କ ପିଲା ଯଦି ଭିନ୍ନକ୍ଷମ ହୋଇଥାନ୍ତି ତେବେ ତା’ ପାଇଁ କୌଣସି ବୟସ ସୀମା ନାହିଁ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….