Report Card Odisha

| Daily Odia News

ସାଂସଦଙ୍କୁ ଡାକିବାକୁ ମନା କରିଥିଲେ ମେୟର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତଥର ପରି ଏବର୍ଷ ମଧ୍ୟ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇନାହିଁ। ଗତ ବର୍ଷ ଯେଉଁ ଭୁଲ ଅଜାଣତରେ ହୋଇଥିଲା ବୋଲି ସରକାର କହିଥିବା ବେଳେ ଏଥର ସରକାରଙ୍କ ମିଛ ସାମ୍ନାକୁ ଆସିଛି। ସାଂସଦଙ୍କୁ ଡାକିବାକୁ ପାଇଁ ମେୟର ମନା କରିଥିବା ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସାଧାରଣ ସଂପାଦକ ସନ୍ନତ ମିଶ୍ର କହିଛନ୍ତି। ସେ କହିଛନ୍ତି, ସାଂସଦଙ୍କୁ ଇନଭିଟେସନ ଦିଆଯିବ, କିନ୍ତୁ ଇନଭାଇଟ୍ କରାଯିବନି ବୋଲି ଆଲୋଚନା ସଭାରେ ମେୟର କହିଥିଲେ। ଏହାସହ ଗେଷ୍ଟ ତାଲିକାରେ ସାଂସଦଙ୍କ ନାଁ ରହିବ ନାହିଁ ବୋଲି ବି କହିଥିଲେ। ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରସ୍ତୁତି ବୈଠକରେ ମାନ୍ୟବର ସାଂସଦଙ୍କୁ ଡକାଯାଉ ବୋଲି ଆମେ କହିଛୁ। କେଉଁମାନେ ଅତିଥି ହେବେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି। କମିଟିର ଉପସଭାପତି ସରକାରଙ୍କୁ ଏକ ତାଲିକା ଦେଇଛନ୍ତି। ସେହି ତାଲିକାରେ ସାଂସଦଙ୍କ ନାଁ ପ୍ରଥମ ସ୍ଥାନରେ  ଥିଲା। ସେ ଆହୁରି କହିଛନ୍ତି, ସାଂଦଦଙ୍କୁ ନ ଡାକିବା ଠିକ୍ ନୁହେଁ। ଏହା ଦୁର୍ଭାଗ୍ୟର କଥା। ଗତବର୍ଷ ଏଭଳି ସମସ୍ୟା ହୋଇଥିଲା। ଏବର୍ଷ ସରକାର ନିଜେ ଏହି ସମସ୍ୟା ସୃଷ୍ଟି କରିଛନ୍ତି। ସରକାର ଆମ ପାଖରୁ ସହଯୋଗ ଓ ପରାମର୍ଶ ଲୋଡ଼ିଥିଲେ। ଆମେ ସରକାରଙ୍କୁ ସାଂସଦଙ୍କୁ ଡାକିବାକୁ ପରାମର୍ଶ ଦେଇଥିଲୁ। ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି, ଭୁବନେଶ୍ୱରର ପ୍ରତିଷ୍ଠା ଦିବସ କମିଟି କରୁନାହିଁ। ଏହାକୁ ସରକାର କରୁଛନ୍ତି। ଆମେ ସାଂସଦକୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ଡକାଯାଉ ବୋଲି ବାରାମ୍ବାର କହିଛୁ, ହେଲେ ସରକାର ଡାକିଲେନି।

Breaking News