ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତବର୍ଷ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। କରୋନା ଗାଇଡଲାଇନ ଅନୁସାରେ ସୀମିତ ଲୋକଙ୍କ ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ। ସେଥି ପାଇଁ ପ୍ରସ୍ତୁତିକୁ ଜୋରଦାର ଜାରିରହିଛି | ପରେଡ ରିହର୍ସଲ ଚାଲିଛି । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ପତାକା ଉତୋଳନ କରିବେ । ପରେଡ୍ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପ୍ରବେଶକୁ ଅନୁମତି ନାହିଁ । ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍ ପୋଲିସ ଘୋଷଣା କରିଛି । ପଡ଼ିଆ ଚାରି ପାଖ ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ପୂର୍ବ ଭଳି ପରେଡ୍ରେ ୪୬ଟି ଦଳକୁ ଭାଗ ନେବାକୁ ଅନୁମତି ମିଳିଛି । ଉତ୍ସବରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୫୦ ଜଣ ଅତିଥି ଉପସ୍ଥିତ ରହିବେ । ଏହି ଅବସରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ନେଇ ସୂଚନା ମିଳିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..