ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ନାମିବ୍ୟା ରୁ ଭାରତ ଆସୁଛି ୮ଟି ଚିତା ବାଘ | ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ରହିଛନ୍ତି | ଚିତାଙ୍କୁ ଧରି ଆସୁଥିବା ବି ୭୪୭ ବିମାନକୁ ସ୍ୱତନ୍ତ୍ର ରୂପ ଦିଆଯାଇ ବାଘ ମୁହଁ ପରି ଅଙ୍କାଯାଇଛି | ଉକ୍ତ ବିମାନ ଚିତାଙ୍କୁ ଧରି ଶନିବାର ସକାଳେ ଜୟପୁରରେ ପହଂଚିବ | ବିମାନ ଯୋଗେ ବାଘକୁ ଭୋପାଳ ନିଆଯାଇ ‘କୁନୋ ଜାତୀୟ ଉଦ୍ୟାନ’ରେ ଛଡା ହେବ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’ରେ ଛାଡ଼ିବେ। ଭାରତର ହାଇକମିସନ୍ ସେୟାର୍ କରିଛନ୍ତି ବିମାନର ଫଟୋ | ଲେଖାଯାଇଛି ‘ବ୍ୟାଘ୍ର ଦେଶ’କୁ ‘ବନ୍ଧୁବତ୍ସଳ’ ରାଜଦୂତଙ୍କୁ ନେବା ପାଇଁ ଗୋଟାଏ ବିଶେଷ ପକ୍ଷୀ ‘ସାହସୀ ଦେଶ’ରେ ଅବତରଣ କରିବ। କେନ୍ଦ୍ର ପରିବେଶ, ଅରଣ୍ୟ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଉକ୍ତ ପୋଷ୍ଟ୍କୁ ରିଟୁଇଟ୍ କରି କହିଛନ୍ତି ଉକ୍ତ ବନ୍ଧୁବତ୍ସଳ ରାଜଦୂତଙ୍କୁ ସ୍ବାଗତ କରିବା ଲାଗି ଭାରତ ଖୁବ୍ ଆଗ୍ରହର ସହିତ ଅପେକ୍ଷା କରିଛି। ଦଶନ୍ଧି ଦଶନ୍ଧିର ନିରବତା ପରେ ପୁଣି ସମଗ୍ର ଦେଶ ସେମାନଙ୍କ ହେଣ୍ଟାଳ ଶୁଣିବାକୁ ଚାହିଁଛନ୍ତି। ନାମିବ୍ୟାରୁ ଭାରତକୁ ଯେଉଁ ୮ଟି ଚିତା ଅଣାଯାଉଛି ସେମାନଙ୍କ ମଧ୍ୟରେ ଅଛି ଅପପୁଷ୍ଟି ରୋଗରୁ ସୁସ୍ଥ କରାଯାଇ ଥିବା ଗୋଟାଏ ମାଈଚିତା ଏବଂ ଏକାଠି ମିଶି ଶିକାର କରୁଥିବା ଦୁଇ ଚିତା ଭାଇ। ମାତ୍ରାଧିକ ଶିକାର ଯୋଗୁଁ ୧୯୫୨ରୁ ଭାରତୀୟ ଚିତାବଂଶ ବିଲୁପ୍ତ ହୋଇଯାଇଥିବା କଥା ସରକାର ଘୋଷଣା କରିଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..