ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଗତକାଲି ଅନେକ ଦୋକାନରେ ଚଢ଼ାଉ ପରେ ଆଜି ପୁଣି ବିଏମସି ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରିଛି । ସୂଚନା ମୁତାବକ- ଆଜି କିଟ୍ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ହୋଇଥିବା ଜଣାପଡିଛି । ଦୋକାନ ଗୁଡ଼ିକରେ ଖାଦ୍ୟର ମାନ ପରୀକ୍ଷା ସହ ଲାଇସେନ୍ସ ଯାଞ୍ଚ କରାଯାଉଛି । କିଛି ଦୋକାନ ସିଲ୍ କରି ନୋଟିସ୍ ମାଗିଛନ୍ତି ବିଏମସି କର୍ତ୍ତୃପକ୍ଷ । କିଶୋର ଭାଇନା ହୋଟେଲରେ ରେଡ କରିଥିଲା BMC । ଚଢ଼ାଉ କରି ଖାଦ୍ୟ ପଞ୍ଜିକରଣ ବାତିଲ କରିଥିଲା । ବିଏମସିର ଖାଦ୍ୟ ସୁରକ୍ଷା ଦଳ ସେଠାରେ ଚଢ଼ାଉ କରି ହୋଟେଲକୁ ଯାଞ୍ଚ କରିଥିଲା।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..