Report Card Odisha

| Daily Odia News

୮ ଦୁର୍ନୀତିଗ୍ରସ୍ତ-ଅପାରଗ ଅଧିକାରୀଙ୍କୁ ବହିଷ୍କାର କଲେ ରାଜ୍ୟ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟକୁ ସଜାଡ଼ିବାକୁ ତତ୍ପର ଦେଖାଇଛନ୍ତି ସରକାର | ତେଣୁ ଆଜି ୮ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତା ମୂଳକ ଅବସର ଦେଇଛନ୍ତି। ଏମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ଅଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରିସାରିଲେଣି ରାଜ୍ୟ ସରକାର। ରାମଚନ୍ଦ୍ର ଜେନାଙ୍କ ବିରୋଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ରାମଚନ୍ଦ୍ର ଜେନାଙ୍କ ବ୍ୟତୀତ ଏହି ୮ ଅଧିକାରୀଙ୍କ ମଧ୍ୟରେ ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ତଥା ଓଏଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି, ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ବା ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବିଡିଓ ଆଲଫୋନ୍ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ, କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ସିଡିପିଓ ମୀନା ପାତ୍ର, କଳାହାଣ୍ଡି ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଚଳି ରଥ, ଦେବଗଡର ପୂର୍ବତନ ଅବକାରୀ ଉପ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନ ଅଛନ୍ତି।

Breaking News