Report Card Odisha

| Daily Odia News

ରାଜ୍ୟରେ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ,୫ ଆକ୍ରାନ୍ତଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି | ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଓ ଖୋର୍ଦ୍ଧାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୭୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୫୯୨, କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୁଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ ୨୭୮, ଗଞ୍ଜାମରୁ ୨୬୨, କଳାହାଣ୍ଡିରୁ ୨୩୬, ଯାଜପୁରରୁ ୨୩୨, ନୟାଗଡ଼ରୁ ୧୯୪, ବାଲେଶ୍ୱରରୁ ୧୭୯, ବୌଦ୍ଧରୁ ୧୭୫, ଗଜପତିରୁ ୧୬୫, ରାୟଗଡ଼ାରୁ ୧୫୭, ଢେଙ୍କାନାଳରୁ ୧୪୯, କୋରାପୁଟରୁ ୧୪୫, ମୟୂରଭଞ୍ଜରୁ ୧୩୪, କେନ୍ଦ୍ରାପଡ଼ାରୁ ୧୩୨, ସୁବର୍ଣ୍ଣପୁରରୁ ୧୨୧, ଜଗତସିଂହପୁରରୁ ୧୦୯, କେନ୍ଦୁଝରରୁ ୧୦୪, ଦେବଗଡ଼ରୁ ୧୦୩, ମାଲକାନଗିରିରୁ ୭୩, କନ୍ଧମାଳରୁ ୬୨ ଓ ଷ୍ଟେଟ୍ ପୁଲ୍‌ରୁ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 

Breaking News