ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଉଦି ଆରବର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୯ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଜେଦାହସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଦୂତାବାସ ପକ୍ଷରୁ ମୃତକଙ୍କ ପରିବାରବର୍ଗକୁ ଯୋଗାଯୋଗ କରାଯିବା ସହିତ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗଭୀର ଶୋକପ୍ରକାଶ କରିଛନ୍ତି। ଜେଦାହସ୍ଥିତ ଦୂତାବାସ ସହିତ ସେ କଥାବାର୍ତ୍ତା ହୋଇ ମୃତକଙ୍କ ପରିବାର ଲୋକକୁ ସମସ୍ତ ପ୍ରକାର ସହାୟତା କରିବାକୁ କହିଛନ୍ତି। ଦୂତାବାସ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..