ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନ ଯୋଧପୁରରେ ଇଦ୍ ପୂର୍ବରୁ ସୃଷ୍ଟି ହୋଇଥିବା ହିଂସା ଏବେବି ଜାରି ରହିଛି । ଏହି ମାମଲାରେ ୯୭ ଜଣଙ୍କୁ ଗିରଫ କରାଯିବା ସହ ହିଂସାକୁ ରୋକିବା ପାଇଁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯିବା ସହ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ଡ୍ରୋନର ସହାୟତା ନିଆଯାଇଛି । ଶାନ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିବେଦନ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଇଦ୍ ପୂର୍ବ ସନ୍ଧ୍ୟାରେ ପତାକା ଓ ଲାଉଡ୍ ସ୍ପିକରକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ଜାଲେରୀ ଗେଟ ଚୌରାହିରେ ପର୍ଶୁରାମ ଜୟନ୍ତୀ ଅବସରରେ ଭଗୱା ପତାକା ଓ ବ୍ୟାନର ଲାଗିଥିଲା । କିଛି ଲୋକ ପୁରୁଣା ପତାକାକୁ ହଟାଇ ସେଠାରେ ନିଜର ପତାକା ଓ ଲାଉଡସ୍ପିକର ଲଗାଇ ଦେଇଥିଲେ । ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ମୂର୍ତ୍ତିରେ ଏକ ବଡ଼ ଧାର୍ମିକ ପତାକା ଉଡ଼ାଇଥିଲେ । ପତାକା ହଟାଇବା ଭିଡିଓ ଭାଇରାଲ ହେବା ପରେ ପଥରମାଡ଼ ଓ ଭଙ୍ଗାରୁଜା ଘଟଣା ଦେଖିବାକୁ ମିଳିଥିଲା ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..