ରିପୋର୍ଟ କାର୍ଡ / ଢେଙ୍କାନାଳ
ରାଜ୍ୟର ମଦ ବ୍ୟବସାୟର ଉପରେ ଆୟକର ବିଭାଗର ରେଡ୍ ଜାରିରଖିଛି। ଆଜି ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ରେଡ୍ କରିଛି ଆୟକର ବିଭାଗ। ଗତକାଲି ଆୟକର ବିଭାଗର ୨ଟି ଟିମ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରେଡ୍ କରିଥିଲା | ରେଡ୍ ବେଳେ ଆଇଟି ଟିମ କମ୍ପାନୀର କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଛି। ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡରୁ ସ୍ପିରିଟ ଆଣିଥାଏ। ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡରୁ ସ୍ପିରଟ ଆଣିଲା ବେଳେ ସ୍ୱଚ୍ଛତା ଅବଲମ୍ବନ କରିଛି କି ନାହିଁ ତାର ଯାଞ୍ଚ କରାଯାଉଛି। ଏହି କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ଅଭିଯୋଗ ରହିଛି। କିଛି ଦିନ ପୂର୍ବରୁ ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଅବକାରୀ ବିଭାଗ ରେଡ୍ କରିଥିଲା। ଅନନୈତିକ ଭାବେ ମଦ ରଖିବା ଅଭିଯୋଗରେ ଏହି ରେଡ୍ କରାଯାଇଥିଲା। ଶକ୍ତି ମଲ୍ଟଏୟର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି। କମ୍ପାନୀ ସରକାରୀସ୍ତରରେ ମୁଖ୍ୟତଃ ୪ଟି କାର୍ଯ୍ୟ ଯଥା ବ୍ଲେଣ୍ଡିଙ୍ଗ, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଂ ହେଉଥିଲା |






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……