ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ପୋଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି। ଶୁକ୍ରବାର ଦିନ ଉକ୍ତ ପୂର୍ବତନ କନେଷ୍ଟବଳ ଜଗଦୀପ ସିଂହ ଓରଫ୍ ଦୀପ ସିଂହଙ୍କୁ ତାଙ୍କର ୨ଜଣ ସହଯୋଗୀଙ୍କ ସହିତ ତରନ୍ ତାରନ୍ ଜିଲ୍ଲାରୁ ରାଜ୍ୟ ପୋଲିସର ‘ଷ୍ଟେଟ୍ ସ୍ପେସାଲ୍ ଅପରେସନ୍ ସେଲ୍’ ଗିରଫ କରିଛି। ତାଙ୍କ କାର୍ରୁ ଅଧକିଲୋ ହେରୋଇନ୍ ଜବତ କରାଯାଇ ଥିବାପୋଲିସ କହିଛି। ଗାଡ଼ିରେ ସଦାସର୍ବଦା ପଞ୍ଜାବ ପୋଲିସ ଷ୍ଟିକର୍ ମାରି ବୁଲୁଥିବା ଜଗଦୀପ ସିଂହଙ୍କୁ ଗତକାଲି ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୫ ଦିନ ପାଇଁ ପୋଲିସ ‘ରିମାଣ୍ଡ୍’ରେ ପଠାଇଛନ୍ତି। ପୋଲିସ ଏହି ‘ଡ୍ରଗ୍’ ଚୋରାଚାଲାଣ ଘଟଣାର ତଦନ୍ତ କରିବ ବୋଲି ଜଣାପଡିଛି ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..