ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ନାଗପୁରରେ ଏକ ବିସ୍ଫୋରକ ପ୍ୟାକେଜିଙ୍ଗ୍ କାରଖାନାରେ ବିସ୍ଫୋରଣ ଘଟି ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି | ପ୍ରାପ୍ତ ସୂଚନା ଅନୁସାରେ, ବଜାରଗାଓଁ ଅଞ୍ଚଳରେ ଅବସ୍ଥିତ ‘ସୋଲାର୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ ନାମକ କମ୍ପାନିରେ ସକାଳ ସମୟରେ ଏହି ବିସ୍ଫୋରଣ ଘଟିଛି। କୋଇଲା ଫଟାଇବା ଲାଗି ବ୍ୟବହାର କରାଯାଉଥିବା ବିସ୍ଫୋରକ ପ୍ୟାକିଙ୍ଗ୍ କରିବା ବେଳେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ବିସ୍ଫୋରଣ ଯୋଗୁଁ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଖବର ପାଇଁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାଗପୁର ଗ୍ରାମାଞ୍ଚଳ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ହର୍ଷ ପୋଦ୍ଦାର୍ କହିଛନ୍ତି, ନାଗପୁରର ବଜାରଗାଓଁ ଅଞ୍ଚଳରେ ଥିବା ‘ସୋଲାର୍ ଏକ୍ସପ୍ଲୋସିଭ୍ କମ୍ପାନି’ରେ ବିସ୍ଫୋରଣ ଘଟିବା ଯୋଗୁଁ ୯ଜଣଙ୍କର ମୃତ୍ୟୁ ଘଟିଛି। ‘ସୋଲାର୍ ଏକ୍ସପ୍ଲୋସିଭ୍ କମ୍ପାନି’ରେ ଥିବା କାଷ୍ଟ୍ ବୁଷ୍ଟର୍ ପ୍ଲାଣ୍ଟ୍ରେ ପ୍ୟାକିଙ୍ଗ୍ କରାଯିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି କମ୍ପାନି ଦେଶର ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଥାଏ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..