ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନରେନ୍ଦ୍ର ମୋଦି କିଏ | ଏଥର କେନ୍ଦ୍ରରେ ଆମେ ସରକାର ଗଢ଼ିବୁ।’ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବା ପୂର୍ବରୁ ଏଭଳି କିଛି ଦୃଢ଼ୋକ୍ତି ବାଢ଼ିଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ମଙ୍ଗଳବାର ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକ ବସିବ। ଏହି କ୍ରମରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ସୋମବାର ଦିଲ୍ଲୀ ଯାଇଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ ଏକ ବଡ ବୟାନ ଦେଇଛନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପୁଣି ଥରେ ସରକାର ଗଢ଼ିବାକୁ ଦେବେ ନାହିଁ |ଦିଲ୍ଲୀ ଯିବା ପୂର୍ବରୁ ପାଟନା ବିମାନ ବନ୍ଦରରେ ଗଣମାଧ୍ୟମକୁ ଏକ ସାକ୍ଷାତକାର୍ ଦେଇ ଏଭଳି କହିଛନ୍ତି ଲାଲୁ। ଭୋଟ ବଣ୍ଟନକୁ ରୋକିବା ପାଇଁ ଏଥର ଆମେ ଗୋଟିଏ ସିଟ୍, ଗୋଟିଏ ପ୍ରାର୍ଥୀ ଫର୍ମୁଲାରେ ନିର୍ବାଚନ ଲଢ଼ିବୁ। ଏଥର ଆମେ କେନ୍ଦ୍ରରେ ସରକାର ଗଢ଼ିବୁ ବୋଲି ସେ ଦାବି କରିଛନ୍ତି।
ଲାଲୁ ଯାଦବ କହିଛନ୍ତି ଯେ ଆମେ ଏହି ସଭାରେ ଯୋଗଦେବାକୁ ଯାଉଛୁ। ସେଠାରୁ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ନିଷ୍ପତ୍ତି ନିଆଯିବ। ସମସ୍ତ ଆସନରେ ନିର୍ବାଚନ ଲଢିବୁ ଏବଂ ମୋଦି ସରକାରଙ୍କୁ ହଟାଇ ଦିଆଯିବ।





More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..