Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସ ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ। ରାଜ୍ୟପାଳ ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଗସ୍ତ ବେଳେ ସେଠାକାର ଜମି ସମସ୍ୟା ଓ ଅନ୍ତେବାସୀଙ୍କ ଆବଶ୍ୟକତା ପୁରଣ ପାଇଁ ଲୋକେ ଦାବି କରିଥିଲେ। ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତୁରାଙ୍ଗ ପଂଚାୟତରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ କାଉନସେଲିଂ ପାଇଁ ପାଇଁ ମମତା ଗୃହ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି। ଏଥିସହ ତାଳଚେର ବ୍ଲକର କନ୍ଧବରେଣି ଗାଁରେ ଏମସିଏଲ ପାଇଁ ବାୟୁ , ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି। ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଲୋକେ ଅନୁରୋଧ କରିଥିଲେ। ଖଣି ଖନନ ପାଇଁ ସେଠାରେ ଜଳସ୍ତର ମଧ୍ୟ କମୁଛି। ଏହା ସହ ହାତୀ ଆକ୍ରମଣରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ ଲୋକେ। ଠିକ୍ ସେହିପରି କନ୍ଧବାରେଣୀରେ ଥିବା ଆଶ୍ରମ ସ୍କୁଲରେ ଦଶମ ଶେଣ୍ରୀ ପର୍ଯ୍ୟନ୍ତ ଖୋଲିବା ସହ ହଷ୍ଟେଲରେ ଅଧିକ ପିଲା ରହିବା ବ୍ୟବସ୍ଥା ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବାକୁ ଲୋକେ ଦାବି କରିଥିଲେ। ଏଣେ ଅନୁଗୁଳରେ ଥିବା ବାଜି ରାଉତ ଛାତ୍ରାବାସ ଚଳାଇବା ପାଇଁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ଲୋକେ ଦାବି କରିଥିବା ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି।

Breaking News