ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍ ପଠାଇଛି। ମିଳିଥିବା ସୂଚନା ମୁତାବକ, ଗୌରୀ ଖାନ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ର ବ୍ରାଣ୍ଡ ଆମ୍ବାସାଡର। ତାଙ୍କୁ ୨୦୧୫ରେ ଲକ୍ଷ୍ନୌସ୍ଥିତ ଏହି ରିଅଲ ଇଷ୍ଟେଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ତେବେ ଅଭିଯୋଗ ହୋଇଛି ଯେ, ଏହି କମ୍ପାନୀ ବ୍ୟାଙ୍କ ଓ ନିବେଶକଙ୍କର ପ୍ରାୟ ୩୦ କୋଟି ଟଙ୍କା ହଡ଼ପ କରି ଠକେଇ କରିଛି। ଏହି କାରଣରୁ ଏବେ ଗୌରୀ ଖାନ ମଧ୍ୟ ଇଡିର ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତୁଲସିୟାନୀ ଗ୍ରୁପ୍ ବିରୋଧରେ ରୁଜୁ ହୋଇଥିବା ଠକେଇ ମାମଲାରେ ଗୌରୀ ଖାନଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଏହି ମାମଲାରେ ଖୁବ୍ଶୀଘ୍ର ଗୌରୀ ଖାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..