ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦୁଇମାସରୁ ଅଧିକ ଦିନ ହେବ ଜାରି ରହିଛି । ଗାଜା ପଟ୍ଟୀରେ ଇସ୍ରାଏଲର ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଏଥିରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଚେତାବନୀ ଦେଇଛନ୍ତି, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ। ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଗୋଟିଏ ପିଲା ଙ୍କର ଜେଜେମା କାନ୍ଦି କାନ୍ଦି ସେ କହିଛନ୍ତି, ଏହି ପିଲାମାନଙ୍କୁ ହତ୍ୟା କରି ସେମାନେ କ’ଣ ହାସଲ କରିବେ ମୁଁ ବୁଝି ପାରୁ ନାହିଁ । ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗାଜା ସ୍ଥିତ ଆତଙ୍କୀ ସମୂହ ହମାସ ଦ୍ୱାରା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ୫ ହଜାର ରକେଟ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏଥିରେ ଅନେକ ଇସ୍ରାଏଲ ନାଗରିକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ହମାସର ଆତଙ୍କୀ ଇସ୍ରାଏଲ ସହରରେ ପ୍ରବେଶ କରିଥିଲେ। ଏହାସହ ଗାଜାରେ ଥିବା ହମାସର ଠିକଣା ମାନଙ୍କରେ ଇସ୍ରାଏଲ ସେନା ଦ୍ୱାରା ଲଗାତାର ଆକ୍ରମଣ କରାଯାଇଥିଲା।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..