Report Card Odisha

| Daily Odia News

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖାଡ଼ଗେ, ରାଗିଲେ ନୀତୀଶ,ଲାଲୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୦୨୪ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏନେଇ ମଙ୍ଗଳବାର ବିରୋଧୀ ମେଣ୍ଟର ଚତୁର୍ଥ ବୈଠକରେ ନିଷ୍ପତ୍ତି ହୋଇଛି। ଆଉ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତେବେ ଏହି ନିଷ୍ପତ୍ତିରେ ଖୁସିନାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାନ ଯାବ। ଏଦୁହେଁ ରାଗି ଯାଇଛନ୍ତି। ଇଣ୍ଡିଆ ମେଣ୍ଟର ବୈଠକରେ ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶଷ୍ଟ ନ୍ୟାଶନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ୧୨ଟି ଦଳ ମମତାଙ୍କ ପ୍ରସ୍ତାବରେ ସମର୍ଥନ ଜଣାଇଛନ୍ତି। ଏହି ବୈଠକରେ ମୋଟ ୨୮ଟି ଦଳ ସାମିଲ ହୋଇଥିଲେ। ତେବେ ମମତାଙ୍କ ଏହି ପ୍ରସ୍ତାବରେ ନାଖୁସ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏହି ଦୁଇ ନେତା ରାଗି ଯାଇଥିବା ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ମମତାଙ୍କ ପ୍ରସ୍ତାବରେ ଖପା ହୋଇ ନୀତୀଶ ଏବଂ ଲାଲୁ ମିଳିତ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ହୋଟେଲ ଛାଡି ପଳାଇଛନ୍ତି। ଏହାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ବିହାର ରାଜଧାନୀ ପଟନାରେ ପୋଷ୍ଟର ଲଗାଇଛନ୍ତି ନୀତୀଶ କୁମାରଙ୍କ ସମର୍ଥକ। ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପୋଷ୍ଟର ଲଗାଇ ଦାବି କରିଛନ୍ତି ସମର୍ଥକ। ପାଟନାରେ ବିଭିନ୍ନ ସ୍ଥାନରେ ଏଭଳି ବିଶାଳ ପୋଷ୍ଟର ଓ ହୋଡିଂ ଦେଖିବାକୁ ମିଳିଛି। ଜେଡିୟୁ କହିଛି ମେଣ୍ଟରେ ସବୁଠୁ ସ୍ୱଚ୍ଛଭାବମୂର୍ତ୍ତିର ନେତା ହେଉଛନ୍ତି ନୀତୀଶ। ତେଣୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନୀତୀଶ ସବୁଠୁ ଭଲ ଚେହେରା।

Breaking News