ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର। କମର୍ସିଆଲ ସିଲିଣ୍ଡର ତଥା ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୩୯.୫୦ ପଇସା କମିଥିବା ସୂଚନା ମିଳିଛି | ନୂଆ ଦର ଶୁକ୍ରବାର ଠାରୁ ଲାଗୁ ହେବ। ଦିଲ୍ଲୀରେ ୧୭୫୭.୫୦ ଟଙ୍କାରେ ସିଲିଣ୍ଡର ମିଳିବ। ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ୧୭୯୬.୫୦ ଟଙ୍କା ଏବଂ ମୁମ୍ବଇରେ ୧୭୪୯ ଟଙ୍କା ରହିଥିଲା। ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ଥିଲା। ୩୯.୫୦ ଟଙ୍କା ଦର ହ୍ରାସ ହେବା ପରେ କୋଲକାତାରେ ୧୮୬୯ ଟଙ୍କା, ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବଇରେ ୧୭୧୦ ଟଙ୍କାରେ ମିଳିବ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……