ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଅଡ଼ୁଆକୁ ଡାକିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ପକେଟ ମାର୍’ ଶବ୍ଦର ବ୍ୟବହାର କରିଥିବା ରାହୁଲଙ୍କ ବିରୋଧରେ ଗ୍ରହଣ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲର ହାଇକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨ରେ ରାହୁଲ ଗାନ୍ଧି ପକେଟମାର ଶବ୍ଦର ବ୍ୟବହାର କରିଥିଲେ। କୋର୍ଟ କହିବା କଥା ଯେ ରାହୁଲ ଗାନ୍ଧି ବ୍ୟବହାର କରିଥିବା ଶବ୍ଦ ଆଦୌ ଉପଯୁକ୍ତ ନୁହେଁ। ତେଣୁ ନିର୍ବାଚନ କମିଶନ ୮ ସପ୍ତାହ ମଧ୍ୟରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି | ଉଲ୍ଲେଖ ଯୋଗ୍ୟ- ନଭେମ୍ବର ୨୨ରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ମୋଦି, ଅମିତ ଶାହ ଓ ବ୍ୟବସାୟୀ ଗୌତମ ଆଦାନିଙ୍କ ବିରୋଧରେ ପକେଟ ମାର ଶବ୍ଦ ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋଟିଏ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ନିର୍ବାଚନ କମିଶନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……