ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୩ ବର୍ଷ ଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଧୀର ଅବତରଣ ଠାରୁ ଆରମ୍ଭ କରି ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ଅଭିଯାନ ଆଦିତ୍ୟ ଏଲ୍୧ ପ୍ରେରଣ କରି ଇସ୍ରୋ ଚଳିତବର୍ଷ ଇତିହାସ ରଚିଛି। ତେବେ ୨୦୨୪ ମସିହା ମଧ୍ୟ ଇସ୍ରୋ ପାଇଁ ଏକ ବ୍ୟସ୍ତବହୁଳ ବର୍ଷ ରହିବ। ପ୍ରଥମ ୩ ମାସରେ ଇସ୍ରୋ ୩ଟି ଉତ୍କ୍ଷେପଣ କରିବ। ଜାନୁଆରି ମାସରେ ଏକ୍ସପୋସାଟ୍ (ଏକ୍ସ-ରେ ପୋଲାରିମିଟର ସାଟେଲାଇଟ), ଇନସାଟ୍-୩ଡିଏସ୍ ସାଟେଲାଇଟ ସହିତ ନାସା ସହ ମିଶି ଏକ ମିସନ କାର୍ଯ୍ୟକାରୀ କରିବ। ଏକ୍ସପୋସାଟ୍ ଏବଂ ଇନସାଟ୍-୩ଡିଏସ୍ ସାଟେଲାଇଟ୍ ଉତ୍କ୍ଷେପଣ ଜାନୁଆରି ମାସରେ ହେବ। ପିଏସ୍ଏଲ୍ଭି ଜରିଆରେ ଏକ୍ସପୋସାଟ୍କୁ ଚଳିତବର୍ଷ ଡିସେମ୍ବରରେ ପ୍ରେରଣ କରିବା ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହାକୁ ଜାନୁଆରି ୧ରେ ପ୍ରେରଣ କରିବାକୁ ଆଶା ରଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାର ପ୍ରାୟ କିଛିଦିନ ପରେ ଜାନୁଆରି ୧୨ ବେଳକୁ ଜିଏସଏଲଭି -ଏଫ୍୧୪ ଜରିଆରେ ଇନସାଟ୍-୩ଡିଏସ୍ ପ୍ରେରଣ ଲକ୍ଷ୍ୟ ରଖାଯାଇଛି। ଉକ୍ତ ସାଟେଲାଇଟ ପାଣିପାଗ ପର୍ଯ୍ୟବେକ୍ଷଣ ଉପଗ୍ରହ ଭାବେ କାର୍ଯ୍ୟ କରିବ। ଭାରତୀୟ ପାଣିପାଗ ବିଭାଗ ସହ ମିଶି ପୂର୍ବରୁ ଇସ୍ରୋ ଏହି ଶ୍ରେଣୀରେ ଦୁଇଟି ସାଟେଲାଇଟ ପଠାଇ ସାରିଛି। ଏହା ହେବ ଶେଷ ସାଟେଲାଇଟ। ୨୦୨୩ ତୁଳନାରେ ୨୦୨୪ରେ ଅଧିକ କାର୍ଯ୍ୟକ୍ରମ ରହିବାର କାରଣ ହେଲା ଅନେକ ଘରୋଇ ଉପଗ୍ରହ ପ୍ରେରଣ ଯୋଜନା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ମାନବବିହୀନ ଗଗନଯାନକୁ ନେଇ ଇସ୍ରୋ ଅଧିକ ଉତ୍ସାହିତ ରହିଛି। ଏଥିସହିତ ନାସା-ଇସ୍ରୋ ସିନ୍ଥେଟିକ ଆପାର୍ଚର ରାଡାର ମିସନ (ଏନଆଇଏସଏଆର୍)କୁ ୨୦୨୪ର ପ୍ରଥମ ତ୍ରୟମାସରେ ପ୍ରେରଣ ନେଇ ଯୋଜନା ରହିଛି। ବିଳମ୍ବିତ ଫେବ୍ରୁଆରି କିମ୍ବା ମାର୍ଚ୍ଚ ପ୍ରଥମରେ ଏହାକୁ ପଠାଯାଇପାରେ।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..