Report Card Odisha

| Daily Odia News

ଭାରତରେ ପହଞ୍ଚିଲା ଫ୍ରାନ୍ସରେ ଅଟକ ଥିବା ବିମାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମାନବ ଚାଲାଣ ଅଭିଯୋଗରେ ଗତ ୪ ଦିନ ଧରି ପ୍ୟାରିସ ନିକଟସ୍ଥ ବିମାନବନ୍ଦରରେ ଫସି ରହିଥିବା ଏକ ବିମାନ ଭାରତରେ ଅବତରଣ କରିଛି। ଏହା ସୋମବାର ରାତିରେ ଯାତ୍ରାରମ୍ଭ କରିଥିଲା । ୨୭୬ ଜଣ ଯାତ୍ରୀଙ୍କୁ ନେଇ ରୋମାନିଆର ଏକ ବିମାନ ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ଏକ ବିମାନ ବନ୍ଦରରେ ଅଟକ ରଖାଯିବାର ୪ ଦିନ ପରେ ମଙ୍ଗଳବାର ମୁମ୍ବାଇରେ ଅବତରଣ କରିଛି। ବିମାନରେ ଥିବା ଅଧିକାଂଶ ଯାତ୍ରୀ ଭାରତୀୟ ଥିଲେ। ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇରୁ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନକୁ ମାନବ ଚାଲାଣ ସନ୍ଦେହରେ ପ୍ୟାରିସଠାରୁ ୧୫୦ କିଲୋମିଟର ପୂର୍ବରେ ଥିବା ଭେଟ୍ରି ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ରବିବାର ଫ୍ରାନ୍ସ କର୍ତ୍ତୃପକ୍ଷ ରୋମାନିଆର କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏ୩୪୦ ବିମାନକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଅନୁମତି ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଫ୍ରାନ୍ସରୁ ମୁମ୍ବାଇ ଅଭିମୁଖେ ଆସିଥିବା ଏହି ବିମାନରେ ୨୭୬ ଜଣ ଯାତ୍ରୀ ଥିଲେ। ସେହିପରି ଦୁଇ ନାବାଳକଙ୍କ ସମେତ ୨୫ ଜଣ ଫ୍ରାନ୍ସରେ ଆଶ୍ରୟ ପାଇଁ ଆବେଦନ କରିଥିବା ବେଳେ ସେମାନେ ଏବେ ଫ୍ରାନ୍ସରେ ରହିଛନ୍ତି। ଅନ୍ୟ ଦୁଇ ଜଣ ଯାତ୍ରୀଙ୍କୁ ଆଜି ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲେ ହେଁ ସେମାନଙ୍କୁ ଛାଡ଼ି ଦିଆଯାଇଛି।

Breaking News