Report Card Odisha

| Daily Odia News

ପୁରୀରେ ପାଣ୍ଡିଆନଙ୍କୁ ବିରୋଧ…..

ରିପୋର୍ଟ କାର୍ଡ / ପୁରୀ

୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ କରାଯାଇଛି । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳାପତାକା ଦେଖାଇ ଗୋ- ବ୍ୟାକ୍‌ ନାରା ଦିଆଯାଇଥିଲା। ଏହି ଘଟଣାରେ ପୋଲିସ ପ୍ରାୟ ୧୦ କଂଗ୍ରେସ କର୍ମୀଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏନେଇ କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି, ସରକାର ମଠମନ୍ଦିର ଭାଙ୍ଗି ପ୍ରଥମେ ହେରିଟେଜ କରିଡର ନିର୍ମାଣ ହେଉଥିବା କହିଲେ। ଏହାପରେ ତାହାକୁ ପରିକ୍ରମା ପ୍ରକଳ୍ପ ନାଁରେ ନାମିତ କଲେ। ଏହି ପ୍ରକଳ୍ପ ନାଁରେ ଦୁଇଟି ଶୌଚାଳୟ, ଗୋଟିଏ ଅଣଓସାରିଆ ରାସ୍ତାର ଉଦ୍‌ଘାଟନ ଆସନ୍ତା ୧୭ ତାରିଖରେ କରିବେ । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି।ସେହିପରି ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ବ୍ୟବସ୍ଥାକୁ କୁଠାରଘାତ କରିଛନ୍ତି। ଜଣେ ୟୁଟୁବର, ଗୋମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ମନ୍ଦିରରେ ପ୍ରବେଶ କରାଇ ସେ ଜଗନ୍ନାଥଙ୍କୁ ବିଶ୍ୱରେ ପରିଚିତ କରାଇବେ ବୋଲି କହୁଛନ୍ତି। ଏପରି ଅଭଦ୍ରାମୀ ବିରୋଧରେ ଆମେ କଳା ପତାକା ପ୍ରଦର୍ଶନ କରିଛୁ। ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା ଉପରେ ସରକାର କଳଙ୍କ ଲଗାଇଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏପରି ବିରୋଧ କରାଯାଇଛି।

Breaking News