ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଚଳିତ ମାସରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହିଞ୍ଚିଛି । ଏହା ବିଶେଷ ଚିନ୍ତାଜନକ ବିଷୟ ହୋଇ ନ ଥିଲେ ବି ଲୋକେ ନିଜେ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ଥଣ୍ଡା, ଜ୍ୱର, କାଶରେ ଆକ୍ରାନ୍ତ ହୋଇଥିଲେ ଘରେ ଜିରୋ ନାଇଟ୍ ସେଲିବ୍ରେଶନ କରିବା ସହ ନୂଆ ବର୍ଷ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେଣୁ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୩ ଆକ୍ଟିଭ କେସ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିସହ ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ଉପରମୁହାଁ ନାହିଁ। ଏବେ କୌଣସି କଟକଣା ଲାଗୁ କରିବା ଆବଶ୍ୟକ ନାହିଁ। କିନ୍ତୁ ଲୋକେ ସଚେତନ ରୁହନ୍ତୁ। ଏଥିସହ ସେ କହିଛନ୍ତି କାଶ, ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ନିଜ ସାମ୍ପଲ ଟେଷ୍ଟ କରାଇ ନିଅନ୍ତୁ। ସେମାନେ ବାହାରକୁ ଗଲେ ମାସ୍କ ବ୍ୟବହାର କରନ୍ତୁ। ଜିରୋ ନାଇଟ୍ ପାଳନ କରିବାକୁ ଗହଳିକୁ ଯାଆନ୍ତୁ ନାହିଁ। ଏହା ଆମ ପରମ୍ପରା ନୁହେଁ । ନୂଆବର୍ଷ ଘରେ ପାଳନ କରନ୍ତୁ । ଅନ୍ୟମାନଙ୍କ ପାଇଁ ସଂକ୍ରମଣରେ ସହାୟକ ହୁଅନ୍ତୁ ନାହିଁ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..