Report Card Odisha

| Daily Odia News

ଜାଣନ୍ତୁ ୨୦୨୪ ରାଶିଫଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଚଳିତ ବର୍ଷ ଗ୍ରହମାନଙ୍କ ଗୋଚର ଫଳ ଅନୁସାରେ ମେଷ ରାଶିର ବ୍ୟକ୍ତିବିଶେଷ ମଧ୍ୟମ ଫଳ ପ୍ରାପ୍ତ କରିବେ। ବର୍ଷର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ କର୍ମ ଅନୁରୂପ ଫଳ ପ୍ରାପ୍ତି ହେବ। ବେକାର ଯୁବକ ଯୁବତୀମାନେ ମେ ମାସରୁ ନଭେମ୍ବର ମାସ ମଧ୍ୟରେ କର୍ମସଂସ୍ଥାନ ପାଇଁ ଚେଷ୍ଟା କରିବା ଉଚିତ। ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ସାବଧାନତା ଅବଲମ୍ବନୀୟ। ମେ ମାସ ୧ ତାରିଖରୁ ନଭେମ୍ବର ମାସ ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତି ସହ ସ୍ଥାନାନ୍ତରିତ ହୋଇପାରନ୍ତି। ଅବିବାହିତ ପୁୁରୁଷ ଓ କନ୍ୟାଙ୍କ ବିବାହ ସଂଘଟିତ ହେବ। ପୁଞ୍ଜି ଲଗାଣ କ୍ଷେତ୍ରରେ ମେ ମାସରୁ ଅକ୍ଟୋବର ମାସ ମଧ୍ୟରେ ସଫଳତା ଲାଭ କରିବେ। ପାରିବାରିକ ଦୃଷ୍ଟିକୋଣରୁ ବର୍ଷଟି ମଧ୍ୟମ ଫଳ ପ୍ରଦାନ କରିବ। ବିଦେଶ ଯାତ୍ରାର ସୁଯୋଗ ସୃଷ୍ଟି ହୋଇପାରେ। ଦୃଢ଼ ଇଚ୍ଛାଶକ୍ତି ଓ ନିୟମିତ ଉଦ୍ୟମ ଆପଣଙ୍କୁ ଆଶାନୁରୂପକ ସଫଳତା ଆଣିଦେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।

ବୃଷ: ଏ ବର୍ଷ ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସମସ୍ୟା ଲାଗିକି ରହିବ। କର୍ମକ୍ଷେତ୍ରରେ ସ୍ଥାନାନ୍ତର, ଉତ୍ପାଦନ ହ୍ରାସ, ଅର୍ଥନୈତିକ ଅନିୟମିତତା ଆପଣଙ୍କୁ ବୃତ୍ତିଗତ କ୍ଷେତ୍ରରେ କିଛିଟା ନୂତନ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ। ବାପାମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାପ୍ରକଟ କରିପାରନ୍ତି। ଦ୍ବିତୀୟାର୍ଦ୍ଧରେ ସାମାନ୍ୟ ପରିବର୍ତ୍ତନ ସଂଘଟିତ ହେବ। ନିଜ ଯୋଜନାକୁ ଫଳବତୀ ରୂପ ପ୍ରଦାନ କରିବାକୁ ଚେଷ୍ଟିତ ହେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେ​‌ବ। ଦୂରଦେଶକୁ ଯାତ୍ରା କରିବା ମନା। ନିଜ ଅଧ୍ୟବସାୟ, ନିଷ୍ଠାପର ଉଦ୍ୟମ ଆପଣଙ୍କୁ ପ୍ରତିଷ୍ଠା ଆଣିଦେବ। ପୈତୃକ ବ୍ୟବସାୟକୁ ନେଇ ସମସ୍ୟା ହୋଇପାରେ। କର୍ମକ୍ଷେତ୍ରରେ ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇବ। ତଥାପି ନିଜ ଧୈର୍ଯ୍ୟବଳରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟିତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ବର୍ଷର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କ ଗୋଚର ଫଳ ଆପଣଙ୍କୁ ଆଖିଦୃଶିଆ ସଫଳତା ଆଣିଦେବ। କର୍ମକ୍ଷେତ୍ରରେ ପଦୋନ୍ନତି, ନୂତନ ନିଯୁକ୍ତି, ଆର୍ଥିକ ଅନୁକୂଳତା ଆପଣଙ୍କୁ ଆନନ୍ଦ ଆଣିଦେବ। ପାରିବାରିକ ଶାନ୍ତି ବଜାୟ ରହିବ। ଅବିବାହିତ ପୁରୁଷ ଓ କନ୍ୟାମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମାତ୍ର ​‌େ​‌ମ ମାସ ଠାରୁ ନଭେମ୍ବର ମାସ ମଧ୍ୟରେ ଜଗିରଖି ଚଳିବା ଉଚିତ। ଅଯଥା ସମସ୍ୟା, ଆର୍ଥିକ ଅନିୟମିତତା, ପାରିବାରିକ ସଦସ୍ୟମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ। ଋଣଯୁକ୍ତ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସମସ୍ୟା ଦେଖାଦେଇପାରେ। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତା ପ୍ରକଟ କରିବେ। ଆନନ୍ଦରେ ନିରାନନ୍ଦ ସୃଷ୍ଟି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳପ୍ରାପ୍ତି କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ଉପାସନା କରିବା ସହ ଶ୍ରୀଗଣେଶ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କର୍କଟ: ଚଳିତ ବର୍ଷ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସାବଧାନତା ଅବଲମ୍ବନ କରିବେ। ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହୋଇପାରେ। ଆର୍ଥିକ ସମସ୍ୟା ଲାଗିରହିବ। ପାକସ୍ଥଳୀ, ତଣ୍ଟି, ଦନ୍ତ ଓ ଆଣ୍ଠୁଗଣ୍ଠିଜନିତ ସମସ୍ୟା ଲାଗିରହିବ। ଆଇନ ବ୍ୟବସାୟ, ଲୌହ ଓ ଘରତିଆରି ଉପକରଣ ତଥା ତୈଳଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଲାଭବାନ ହେବେ। ପାରିବାରିକ ସମସ୍ୟା, ବୈବାହିକ ସମସ୍ୟା ଲାଗି ରହିବ। ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁ ବୃଦ୍ଧି, କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ମତଭେଦ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ। ଛାତ୍ରଛାତ୍ରୀମାନେ ପରିଶ୍ରମ ଅନୁସାରେ ଫଳପ୍ରାପ୍ତ କରିବେ। ରାଜନୀତିଜ୍ଞମାନେ ବିରୋଧର ସମ୍ମୁଖୀନ ହେବେ। ବହୁ ସମସ୍ୟା ଲାଗି ରହିବ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ପୂଜା ସହ ମା’ଙ୍କର କବଚ ପ୍ରତିଦିନ ପାଠ କରନ୍ତୁ।

ସିଂହ: ଏହି ରାଶିର ବ୍ୟକ୍ତିବିଶେଷ ଚଳିତ ବର୍ଷ ବହୁ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ବେକାର ଯୁବକ ଓ ଯୁବତୀମାନେ ନିଯୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ନୂତନ ଜମିବାଡ଼ି କିଣାକିଣି କରିପାରନ୍ତି। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତି ସହ ତା’ର ବୃଦ୍ଧି ଘଟିବ। ଆୟ ବୃଦ୍ଧି ସହ ଖର୍ଚ୍ଚ ପରିମାଣ ବୃଦ୍ଧି ଘଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ନୂତନ ଗୃହ ନିର୍ମାଣ କରିପାରନ୍ତି। ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ଅସୁବିଧା ଦେଖାଦେଇପାରେ। ପିଲାମାନଙ୍କୁ ନେଇ ସମସ୍ୟାର ସମ୍ମୁଖୀନ ହେବେ। ଛୋଟମୋଟ ସମସ୍ୟା ଲାଗିକି ରହିବ। ପରବର୍ତ୍ତୀ ସମୟ ଆପଣମାନଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ଛାତ୍ରଛାତ୍ରୀମାନେ ଆଶାନୁରୂପକ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: ଏହି ରାଶିର ବ୍ୟକ୍ତି ଚଳିତ ବର୍ଷ ମଧ୍ୟମ ସଫଳତା ଲାଭ କରିବେ। ବର୍ଷର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସହଯୋଗୀମାନଙ୍କର ଅସହଯୋଗ ଓ ସାମାନ୍ୟ ତ୍ରୁଟି ଆପଣଙ୍କୁ କର୍ମବନ୍ଧନ ଯୋଗ ପ୍ରାପ୍ତ କରାଇପାରେ। ଆର୍ଥିକ ସମସ୍ୟା, ମାନସିକ ଦୁଶ୍ଚିନ୍ତା, ପାରିବାରିକ ଅଶାନ୍ତି ଆପଣଙ୍କ ପ୍ରଗତିର ପଥରୋଧ କରିବ। ଯାନବାହନଜନିତ ସମସ୍ୟା ଦେଖାଦେଇପାରେ। ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସମୟର ପରିବର୍ତ୍ତନ ଅନୁଭବ କରିବେ। ଋଣମୁକ୍ତି ପାଇଁ ପ୍ରୟାସ କରିବେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ରାଜନୀତିରେ ମିଶ୍ରିତ ଫଳାଫଳ ପ୍ରାପ୍ତ ହେବ। ସ୍ତ୍ରୀ ହେତୁକ ଧନଲାଭ ହୋଇପାରେ। ଆୟ ମଧ୍ୟମ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଜଗିରଖି ଚଳିବେ। ଶାରୀରିକ ଅସୁସ୍ଥତା ବ୍ୟସ୍ତ ବିବ୍ରତ କରିପାରେ। ରିଷ୍ଟ ଖଣ୍ଡନ ପାଇଁ ପ୍ରତିଦିନ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ତୁଳା: ଏ ବର୍ଷ ଆପଣମାନଙ୍କ ପାଇଁ ଶୁଭଫଳ ପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତି ସହ ସ୍ଥାନାନ୍ତରିତ ହୋଇପାରନ୍ତି। ଲାଗି ରହିଥିବା ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେ​‌େ​‌ବ। ଆୟ ଅନୁକୂଳ ରହିବ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଧାର୍ଯ୍ୟ ହେବ। ନୂତନ ଗୃହ ନିର୍ମାଣ, ଯାନବାହନ କ୍ରୟ କରିପାରନ୍ତି। ନୀତି ଓ ଆଦର୍ଶ ଆପଣଙ୍କର ଭୂଷଣ ହେବ। କର୍ମପ୍ରବଣତା ଆପଣଙ୍କୁ ପ୍ରତିଷ୍ଠା ଆଣିଦେବ। ଯଶ, ମାନ, ଗୌରବ ପ୍ରାପ୍ତ ହେବେ। ମେ ମାସଠାରୁ ନଭେମ୍ବର ମାସ ମଧ୍ୟରେ ପରିସ୍ଥିତି ସାମାନ୍ୟ ପ୍ରତିକୂଳ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ। ପରବର୍ତ୍ତୀ ପର୍ଯ୍ୟାୟରେ କର୍ମସନ୍ଧିତ୍ସୁ ହେ​‌େ​‌ବ। ନୂତନ ବନ୍ଧୁ ଲାଭ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ପ୍ରତିଦିନ ପାଠ କରନ୍ତୁ।

ବିଛା: ଚଳିତ ବର୍ଷ ଆପଣମାନଙ୍କ ପାଇଁ ଗ୍ରହସ୍ଥିତି ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ। ବର୍ଷର ପ୍ରଥମାର୍ଦ୍ଧରେ କର୍ମବନ୍ଧନର ଯୋଗପ୍ରାପ୍ତ ହେବ। ବିଶ୍ବାସଘାତକତାର ସମ୍ମୁଖୀନ ହୋଇପାରନ୍ତି। ଅଶାନ୍ତି ଓ ବିଭିନ୍ନ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିବ। ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଅଣ୍ଟାରେ ବା ଗୋଡ଼ରେ ଆଘାତଜନିତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇବ। ଠକାମିର ଶିକାର ହୋଇପାରନ୍ତି। ମେ ମାସ ପ୍ରଥମ ସପ୍ତାହରୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ବୁଝିବିଚାରି କାର୍ଯ୍ୟକରି ସଫଳତା ପ୍ରାପ୍ତ କରିବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଅାୟ ଅନୁକୂଳ ରହିବ। ପାରିବାରିକ ସମସ୍ୟା ଦୂରୀଭୂତ କରିବା ପାଇଁ ଚେଷ୍ଟିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀହନୁମାନ ଚାଳିଶା ଓ ବଜରଙ୍ଗବାଣ ପାଠ କରନ୍ତୁ।

ଧନୁ: ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଚଳିତ ବର୍ଷ ପ୍ରଥମାର୍ଦ୍ଧ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ନୂତନ ନିଯୁକ୍ତି, କର୍ମକ୍ଷେତ୍ରରେ ପଦୋନ୍ନତି ତଥା ଆର୍ଥିକ ଲାଭ ଆପଣଙ୍କୁ ଆନନ୍ଦ ଆଣିଦେବ। ନୂତନ ଜମିବାଡ଼ି କିଣାକିଣି କରିପାରନ୍ତି। ଅବିବାହିତ ପୁରୁଷ ଓ କନ୍ୟା ବିବାହ ବନ୍ଧନରେ ବାନ୍ଧିହେବେ। ପୈତୃକ ସମ୍ପତ୍ତି ଜନିତ ସମସ୍ୟା ଦୂରୀଭୂତ ହେବ। ଦୂରଯାତ୍ରା କରିପାରନ୍ତି। ମେ ମାସ ଠାରୁ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଜଗିରଖି ଚଳିବା ଉଚିତ। ଗୁରୁଜନମାନଙ୍କ ସହିତ ମତଭେଦ ହୋଇପାରେ। ତଥାପି ନିଜର ଅସୀମ ଧୈର୍ଯ୍ୟ ଓ ସାହସ ବଳରେ ସମସ୍ୟାର ସମ୍ମୁଖୀନ ହୋଇ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

ମକର: ଏହି ରାଶିର ବ୍ୟକ୍ତିବିଶେଷ ଚଳିତ ବର୍ଷ ପ୍ରତିଟି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ। ମାନସିକ ଦ୍ବନ୍ଦ୍ବ, ଆର୍ଥିକ ଅନଟନ, ପାରିବାରିକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ। କର୍ମକ୍ଷେତ୍ର​‌େ​‌ର ଜଗିରଖି ଚଳିବା ଉଚିତ। ଦୂରଯାତ୍ରା ସଫଳତା ପ୍ରଦାନ କରିବ ନାହିଁ। ବ୍ୟବସାୟ ଓ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଶତ୍ରୁ ଦ୍ବାରା ପରାଭୂତ ହୋଇପାରନ୍ତି। ସ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମେ ମାସ ଠାରୁ ସମୟରେ ପରିବର୍ତ୍ତନ ଆସିବ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ସମସ୍ୟା ଦୂରୀଭୂତ ହେବ। ସ୍ତ୍ରୀ ହେତୁକ ଧନଲାଭ ହେ​‌ବ। ନୂତନ ଜମିବାଡ଼ି କିଣିବା ପାଇଁ ପ୍ରସ୍ତାବ ଆସିପାରେ। ନିଜ କର୍ମ ପାଇଁ ଯଶ, ମାନ, ଗୌରବ ପ୍ରାପ୍ତ ହେବେ। ପୁଞ୍ଜି ଲଗାଣ କ୍ଷେତ୍ରରେ ଲାଭବାନ ହେବେ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶନୈଶ୍ଚର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ଚଳିତବର୍ଷ ମଧ୍ୟମ ଫଳ ପ୍ରାପ୍ତ କରିବେ। ଗୋଟିଏ ପଟେ ବୃହସ୍ପତିଙ୍କ ଅଶୁଭ ଫଳ ପ୍ରାପ୍ତ ହେଉଥିବାରୁ କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ, ପାରିବାରିକ ଅଶାନ୍ତି, ବିବାହରେ ବିଳମ୍ବ, ସନ୍ତାନହେତୁକ ପୀଡ଼ା ଦେଖାଦେଇପାରେ। ବାପାମାଆଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ। ବ୍ୟବସାୟ ବାଣିଜ୍ୟରେ ଏତେଟା ଲାଭ ହେବ ନାହିଁ। ଦୂରଦେଶକୁ ଯାତ୍ରା କରିବା ମନା। ପୁଞ୍ଜିଲଗାଣ କ୍ଷେତ୍ରରେ ଭାବିଚିନ୍ତି ପୁଞ୍ଜି ଲଗାଣ କରିବା ଉଚିତ। ମଧୁମେହ ଓ ଉଚ୍ଚରକ୍ତଚାପ ରୋଗୀ ନିୟମିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ। ଅବଶ୍ୟ ଗ୍ରହରାଜ ଶନିଶ୍ଚର କୁମ୍ଭ ରାଶିରେ ଅବସ୍ଥାନ କରୁଥିବାରୁ କିଛିଟା ଶୁଭ ଫଳପ୍ରାପ୍ତ ହୋଇପାରେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଆଇନ୍‌ ବ୍ୟବସାୟରେ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀ ସହସ୍ରନାମ ଓ ଏକମୁଖୀ ହନୁମାନ କବଚ ପାଠ କରନ୍ତୁ।

ମୀନ: ଏ ବର୍ଷ ମୀନରାଶିର ବ୍ୟକ୍ତିବିଶେଷ ବର୍ଷର ପ୍ରଥମାର୍ଦ୍ଧରେ ଶୁଭଫଳ ପ୍ରାପ୍ତ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ସମସ୍ୟା ସମାଧାନରେ ବ୍ରତୀ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ନୂତନ ନିଯୁକ୍ତି ମିଳିପାରେ। ପାରିବାରିକ ସହଯୋଗ ଲାଭ ହେବ। ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ବିଦେଶ ଯାତ୍ରା କରିବାର ସମ୍ଭାବନା ସୃଷ୍ଟି ହେବ। ପାରିବାରିକ ଆନନ୍ଦ ଲାଭ କରିବେ। ମାତ୍ର, ମେ’ ମାସ ଠାରୁ ସାବଧାନତା ଅବଲମ୍ବନୀୟ। ଜଗିରଖି ଚଳିବେ। ଚାକିରି କ୍ଷେତ୍ରରେ ବା ବୃତ୍ତିଗତ କ୍ଷେତ୍ରରେ ଅନିୟମିତତା ଦେଖାଦେଇପାରେ। ସାମାନ୍ୟ କଥାରୁ ପାରିବାରିକ ସଦସ୍ୟମାନଙ୍କ ସହ ମତଭେଦ ସୃଷ୍ଟି ହେବ। ଦୂରଯାତ୍ରା ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ। ସାମାନ୍ୟ ତ୍ରୁଟି ହେତୁ କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବାକ୍‌ ସଂଯମତା ରକ୍ଷା କରିବା ସହ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଚଣ୍ଡୀପାଠ କରିବା ଉଚିତ।

Breaking News