ରିପୋର୍ଟ କାର୍ଡ / ଭୁବନେଶ୍ବର
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟାଇଛି ବିଜେଡି | ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ନେତା ଡ. ଦାମୋଦର ରାଉତଙ୍କ ଉପରକୁ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ୨୦୧୮ ସେପ୍ଟେମ୍ବର ମାସରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଥିଲା। ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ। ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡ଼ି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ। ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ପୁଅ ସମ୍ବିତ ରାଉତରାୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବାପାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ମୁଁ ବହୁତ ଖୁସି। ମୁଁ ଭି.କେ. ପାଣ୍ଡିଆନଙ୍କୁ ବାପାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇବା ଲାଗି ନିବେଦନ କରିଥିଲି। ଅଞ୍ଚଳବାସୀ ଏହି ନିଷ୍ପତ୍ତିକୁ ନେଇ ବହୁତ ଖୁସି। ଯଦି ତାଙ୍କ ସ୍ୱାସ୍ଥ୍ୟ ସାଥ୍ ଦିଏ ଏବଂ ମୁଖ୍ୟମନ୍ତ୍ରୀ ଚାହାନ୍ତି ତେବେ ୨୦୨୪ ନିର୍ବାଚନରେ ବାପା ଦଳ ପାଇଁ ପ୍ରଚାର କରିବେ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..