ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର-କେନ୍ଦ୍ରୀୟ ଜାପାନରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଏହା ପରେ ଜାପାନର ଉତ୍ତରପଶ୍ଚିମ ଉପକୂଳରେ ସୁନାମୀ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଜାପାନ ପାଣିପାଗ ବିଜ୍ଞାନ ସଂସ୍ଥା (JMA)ର ସୂଚନା ଅନୁଯାୟୀ ଇଶିକାବା ଓ ଏହା ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଅବା ବଡ଼ ବଡ଼ କୋଠାକୁ ଚାଲି ଯିବାକୁ କୁହାଯାଇଛି। କାରଣ ସୁନାମୀ ଆସିଲେ ସମୁଦ୍ରର ଢେଉ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରେ। ଏହି ଭୂକମ୍ପର ଝଟକା ଜାପାନର ରାଜଧାନୀ ଟୋକିଓ ଓ କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଅବା ହତାହତ ଜନିତ ଖବର ଆସିନାହିଁ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..