ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆବର୍ଷରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଏବେ ୧୨ରେ ପହଞ୍ଚିଛି। ସୋମବାରରୁ ପ୍ରାୟ ୧୫୫ ରୁ ଅଧିକ ଭୂକମ୍ପ ହୋଇଥିବା ବେଳେ ଅଧିକାଂଶ ୭.୬ ତୀବ୍ରତାର ଥିବା ରେକର୍ଡ ହୋଇଛି। ବାକିଗୁଡ଼ିକ ୬ ତୀବ୍ରତାରୁ ଅଧିକ ରହିଛି। ପ୍ରାରମ୍ଭିକ ଭୂକମ୍ପ ପରେ ଅଧିକାରୀମାନେ ସୁନାମି ଚେତାବନୀ ଜାରି କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ ପ୍ରାୟ ୩୩ ହଜାର ପରିବାର ବିଦ୍ୟୁତ୍ ବିନା ରହିଛନ୍ତି ଏବଂ ପ୍ରମୁଖ ରାଜପଥ ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମାର୍ଗ କାର୍ଯ୍ୟକ୍ଷମ ନୁହେଁ, ଯାହାଦ୍ୱାରା ମେଡିକାଲ୍ ଏବଂ ସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାପାନର ଜନ ପ୍ରସାରଣକାରୀ ଏନ୍ଏଚ୍କେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଥିବା ୱାଜିମା ସହରରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି ବୋଲି ଜାତୀୟ ଏଜେନ୍ସି ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି। ଜାପାନ ପାଣିପାଗ ସଂସ୍ଥା (ଜେଏମ୍ଏ)ର ସୂଚନା ଅନୁଯାୟୀ, ଇସାକାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସିଗାୱାର ନୋଟୋଠାରେ ରହିଥିଲା। ରାଜଧାନୀ ଟୋକିୟୋଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୩୦୦ କିମି। ଏକ ସୂଚନା ଅନୁଯାୟୀ, ୱାଜିମା ସହରରେ ୧ ମିଟରରୁ ଅଧିକ ଉଚ୍ଚ ଜୁଆର ଛୁଇଁ ସାରିଛି। ଇସିକାୱାକୁ ୫ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ପୂର୍ବ ଉପକୂଳରେ ୧ ମିଟରର ସୁନାମୀ ପହଞ୍ଚି ସାରିଛି ବୋଲି ଦେଶର ପାଣିପାଗ ଏଜେନ୍ସି କହିଛି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..