Report Card Odisha

| Daily Odia News

ପିକନିକ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶୀତଋତୁରେ ପିକନିକ ସମୟରେ ଦୁର୍ଘଟଣା ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହାର ପ୍ରତିକାର ସ୍ବରୂପ ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟର ପର୍ଯ୍ୟଟନସ୍ଥଳ ଏବଂ ପିକନିକ ସ୍ପଟରେ ପୋଲିସ ଓ ଆରଟିଓ କର୍ମଚାରୀ ସଜାଗ ରହିବେ। ପିକନିକ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ବତନ୍ତ୍ର ଅନୁମତି। ଗାଡ଼ିର ଫିଟନେସ ସହ ଆରଟିଓରୁ ଆଣିବାକୁ ପଡ଼ିବ ସ୍ବତନ୍ତ୍ର ଅନୁମତି। ପିକନିକ ସ୍ପଷ୍ଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ। ପିକନିକ ଗାଡ଼ିରେ ଦହନଶୀଳ ସାମଗ୍ରୀ ପରିବହନକୁ ବାରଣ। ପିକନିକ ଗାଡ଼ିରେ ରନ୍ଧନ ଗ୍ୟାସ ଓ ବାଣ ଯାଉଥିଲେ ପୁଲିସ ବାରଣ କରିବ। ପିକନିକ ଗାଡ଼ିରେ ଓଭରଲୋଡ଼ିଂ ସମ୍ପୂର୍ଣ୍ଣ ମନା। ଓଭରଲୋଡ଼ିଂକୁ ଉଭୟ ଆରଟିଓ ଏବଂ ପୁଲିସ ମିଶି ଯାଞ୍ଚ କରିବେ। ମଦ୍ୟପ ଡ୍ରାଇଭରକୁ ତୁରନ୍ତ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ। ଗାଡ଼ିର ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକନିକ ଦାୟିତ୍ବ ତୁଲାଇବେ। ଡ୍ରାଇଭିଂ ଲାଇସେନ୍ସ ନ ଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ। ଗାଡ଼ିର ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକନିକ ଦାୟିତ୍ବ ତୁଲାଇବେ ବୋଲି ପିକନିକ ମାର୍ଗଦର୍ଶିକାରେ ଦର୍ଶାଯାଇଛି |

Breaking News