ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ରର ରତ୍ନଗିରିରେ ନିଲାମ ହେବ ମାଫିଆ ଡନ୍ ଦାଉଦ ଇବ୍ରାହିମ କାସକର ପୈତୃକ ସମ୍ପତ୍ତି। କେନ୍ଦ୍ରର ନିର୍ଦ୍ଦେଶ ପରେ ରତ୍ନଗିରିରେ ଥିବା ଦାଉଦର ଚାରିଟି ବେନାମୀ ପ୍ଲଟର ନିଲାମ ହେବ। ନିଲାମ ହେବାକୁ ଥିବା ସମ୍ପତ୍ତି ମହାରାଷ୍ଟ୍ର ରତ୍ନଗିରି ଖେଡର ମୁମ୍ବାକେ ଗ୍ରାମରେ ଅବସ୍ଥିତ। ଏହା ଦାଉଦର ଜନ୍ମଭୂମି ବୋଲି କୁହାଯାଉଛି। ୧୯୭୦ ଦଶକରେ ଦାଉଦ ମୁମ୍ବାଇ ଆସିବା ପୂର୍ବରୁ ଏହିଠାରେ ନିଜର ବାଲ୍ୟକାଳ ବିତାଇଥିଲେ। ସରକାର ଜବତ କରିଥିବା ସମ୍ପତ୍ତି ୨୧ ହଜାର ୨୭୫ ବର୍ଗ ମିଟର ହେବ। ଏହି ସବୁ ସମ୍ପତ୍ତି ନିଲାମ ହେବା ନେଇ ଗତ ବର୍ଷ ନଭେମ୍ବର ୨୧ରେ ଅର୍ଥ ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରିଥିଲେ, ଯେଉଁଥିଲେ ଉଲ୍ଲେଖ ରହିଥିଲା ଯେ, ଜାନୁଆରୀ ୫ ,୨୦୨୪ରେ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତିର ନିଲାମ କରାଯିବ। ବେନାମୀ ସମ୍ପତ୍ତି କାରବାର ଅଧିନିୟମ ସେମତ ବିଭିନ୍ନ ନିୟମ ଆଧାରରେ ଏହି ସବୁ ସମ୍ପତ୍ତିର ଇ-ନିଲାମ ହେବ।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..