Report Card Odisha

| Daily Odia News

ବିଜେଡିରୁ ବହିଷ୍କୃତ ହେଲେ ପ୍ରମୋଦ ରଥ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ଜିଲ୍ଲା ବିଜେଡି କମିଟି ଉପଦେଷ୍ଟା ପଦରୁ ପ୍ରମୋଦ ରଥଙ୍କୁ ବହିଷ୍କାର କରାଯାଇଛି | ଆଜି ଏ ନେଇ ଦଳ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରମୋଦ ରଥଙ୍କୁ ପଦରୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ଚର୍ଚ୍ଚା ହେଉଥିଲା କି ପ୍ରମୋଦ ଦଳ ଛାଡ଼ିବାକୁ ସଜବାଜ ହେଉଥିଲେ। ପ୍ରମୋଦଙ୍କୁ ହଠାତ୍ ବହିଷ୍କାର କରାଯିବା ନେଇ ସମ୍ବଲପୁର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି। ଗୋଟିଏ ପଟେ ନିଜେ ପ୍ରମୋଦ ରଥ ବିଜେଡିରୁ ଇସ୍ତଫା ଦେବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ହେଲେ ତା’ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଗତକାଲି ସମ୍ବଲପୁରରେ ବିଜେଡିର ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଦଳର ସାଂଗଠନିକ ରଣନୀତି ନେଇ ଆଲୋଚନା ହୋଇଥିଲା।

Breaking News