ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମାଲିଆ ଉପକୂଳରୁ ଏକ ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଛି। ‘MV LILA NORFOLK’ ଜାହଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିବା ସୂଚନା ମିଳିଛି। ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ‘ହାଇଜାକ୍ ହୋଇଥିବା ଜାହାଜ ‘MV LILA NORFOLK’ ଉପରେ କଡା ନଜର ରଖିଛି ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଜାହାଜରେ ମୋଟ ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଥିଲେ। ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ବର୍ତ୍ତମାନ ନୌସାନର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଛି।’






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..