Report Card Odisha

| Daily Odia News

ଶଙ୍କର ଆଧ୍ୟା ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୃଣମୂଳ କଂଗ୍ରେସ ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହେବାର ଗୋଟିଏ ଦିନ ପରେ ଶଙ୍କରଙ୍କୁ ଗିରଫ କରାଯାଇଛି । ଗତକାଲି ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରକୁ ରେଡ୍ ପାଇଁ ଯାଇଥିଲା ଇଡି। ଏହି ସମୟରେ ଶତାଧିକ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭାଙ୍ଗି ଦେଇଥିଲେ। କିନ୍ତୁ ଆଜି ଶଙ୍କର ଆଧ୍ୟାଙ୍କ ଘରେ ବ୍ୟାପକ ଚଢାଉ କରିଥିଲା ଇଡି। ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ଶେଷରେ ତାଙ୍କୁ ଗିରଫ କରିଛି। ଶଙ୍କରଙ୍କ ଗିରଫଦାରୀ ସମୟରେ ମଧ୍ୟ କିଛି ସ୍ଥାନୀୟ ଲୋକ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି।

Breaking News