ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଜଭବନ ଉଦ୍ୟାନ ଖୋଲା ଯାଇଛି । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଲୋକମାନେ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ। ବିନା କୌଣସି ପ୍ରବେଶ ଶୁଳ୍କରେ ଆପଣମାନେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ । କିନ୍ତୁ ଏଥିଲାଗି ଅପରାହ୍ନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ସମୟ ରହିଛି । କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ଛୁଟି ଦିନ ସହ ରବିବାର ମଧ୍ୟ ଏହା ଖୋଲା ରହିବ । ତେବେ ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି । ସେପଟେ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଏକାମ୍ର କାନନରେ ଦୁଇ ଦିନିଆ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜିତ ହେବ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..