Report Card Odisha

| Daily Odia News

ଆଜିଠାରୁ ମାଲକାନଗିରିକୁ ଉଡ଼ିବ ବିମାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରୁ VT-100 ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ଏହା ପରେ ଦିନ ୧୧ଟା ୫୦ରେ ଟର୍ମିନାଲ ବିଲଡିଂରେ ପହଞ୍ଚି ବିମାନ ବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ପରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଛାଡ଼ିବା କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦର ଉଦଘାଟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

 

Breaking News