ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତକାଲି ବିଳମ୍ବିତ ରାତିରେ ସୋନିପତ୍ର କୁଣ୍ଡାଲି ସୀମା ନିକଟରେ ପୋଲିସର କାର ସହିତ ଏକ କ୍ୟାଣ୍ଟର୍ ମୁହାଁମୁହିଁ ଧକ୍କା ହେବା ପରେ ଦିଲ୍ଲୀ ପୋଲିସର ଦୁଇଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଉତ୍ତର ପଶ୍ଚିମ ଜିଲ୍ଲା ସ୍ପେସାଲ ଷ୍ଟାଫରେ ନିଯୁକ୍ତି ପାଇଥିବା ଇନ୍ସପେକ୍ଟର ଦୀନେଶ ବେନିୱାଲ ଏବଂ ଆଦର୍ଶ ନଗର ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ଏଟିଓ ଇନ୍ସପେକ୍ଟର ରଣବୀର ଏକତ୍ର ଯାତ୍ରା କରୁଥିବା ବେଳେ ସେମାନଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପୋଲିସର କାର କ୍ୟାଣ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡି ଭିତରେ ଅଟକି ଯାଇଥିଲା ଏବଂ ପରେ ମୃତ୍ୟୁ ବରଣ କରିଥଲେ। ସେମାନଙ୍କ କାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……