Report Card Odisha

| Daily Odia News

ଓଡିଶl ପ୍ରଦେଶ ଗଠନରେ ମଧୁ ବାବୁଙ୍କ ଶ୍ରେଷ୍ଠ ଅବଦାନ:ଥିଙ୍କର୍ଶ କ୍ଳବ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ରିଟିଶ ଶାସନ ସମୟରେ ଓଡ଼ିଶା ଆମକୁ ମିଳିଛି l ୧୯୦୩ ମସିହା କଂଗ୍ରେସ ଦଳ ବୈଠକରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ପାଇଁ ପ୍ରସ୍ତାବ ପlରିତ ହୋଇ ନ ପାରିବାରୁ ମଧୁବାବୁ ଇସ୍ତଫା ଦେଇ ଥିଲେ | ଉତ୍କଳ ସମ୍ମିଳନୀ ଜନ୍ମ ନେଇଥିଲା ବୋଲି ଥିଙ୍କର୍ଶ କ୍ଳବ୍ ର ଚତୁର୍ଥ ବର୍ଷ ୯୪ ତମ ଆଭସି ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି l ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆଲୋଚନା ଟିକୁ ଶୁଭାରମ୍ଭ କରି ମଧୁ ବାବୁଙ୍କ ବିଚକ୍ଷଣ ନେତୃତ୍ୱ ସମ୍ପର୍କରେ କହିଥିଲେ l ୱାଶିଂଟନ ର ଅଧ୍ୟାପକ ଅଜୟ ମହାନ୍ତି ବକ୍ତା ଭାବେ ଯୋଗଦାନ କରି ପ୍ରତି ପଞ୍ଚାୟତ ସ୍ତରରେ ପାଠାଗାର ସଂଗଠିତ କରି ଛାତ୍ର ଯୁବକ ଓ ଜନସାଧାରଣ କିପରି ଉପକୃତ ହେବେ ଓ ମଧୁ ବାବୁଙ୍କୁ ଜାଣିବେ ସେ ସମ୍ପର୍କରେ କହିଥିଲେ l ସଢେଇକଳା ରୁ କାର୍ତ୍ତିକ ପରିଛା ମଧୁ ବାବୁଙ୍କ ମନ୍ତ୍ରିତ୍ଵ ବେଳ ର ଅନୁଭୂତି ପ୍ରକାଶ କରିଥିଲେ l ଉତ୍କଳ ସମ୍ମିଳନୀ ର ସଭାପତି ଡ ଅଦେଇତ ପାତ୍ର ମଧୁ ବାବୁଙ୍କ ଅପୂର୍ଣ୍ଣ କ।ର୍ଯ୍ୟଗୁଡ଼ିକୁ ସାକାର ରୁପଦେବ ପାଇଁ ଉଦ୍ୟମ କରାଯାଉଛି ବୋଲି କହି ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସଭାପତିତ୍ବ କରି ଥିଙ୍କର୍ଶ କ୍ଳବ୍ ର ସଭାପତି ବରଦା ଦାସ ମଧୁ ବାବୁଙ୍କ ସଫଳତା କୌଶଳ ଉପରେ ଅଧିକ ଆଲୋଚନା ସଂଗଠିତ ହେବ ବୋଲି କହିଥିଲେ l ପର୍ଯ୍ୟବେକ୍ଷକ ଡ୍ ଜୟକୃଷ୍ଣ ଚୌଧୁରୀ ମତବ୍ୟକ୍ତ କରି ନିଜ ରଚିତ କବିତା ଧରାବତରଣ ପାଠ କରିଥିଲେ l ଶେଷରେ ବୋଷ୍ଟନ ରୁ କବି ମନୋରମା ଚୌଧୁରୀ ଧନ୍ୟବାଦ୍ ଦେଇଥିଲେ l ଲୋପାମୁଦ୍ରା ମହାନ୍ତି,ପ୍ରଦୀପ ଦାସ, ପ୍ରତାପ ରାଉତ,ଡ୍ ନନ୍ଦ ନନ୍ଦନ ଦାସ, ଉମାଶଙ୍କର ମିଶ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ,ମନୋଜ ମହାପାତ୍ର ଆଦି ଅଂଶଗ୍ରହଣ କରି ପ୍ରଧାନ ମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ ପାଇଁ କହିଥିଲେ |

 

Breaking News