ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଏନସିଆର୍, ଜମ୍ମୁକାଶ୍ମୀର ପୁଞ୍ଜ, ପଞ୍ଜାବ , ଚଣ୍ଡିଗଡ ଓ ପାକିସ୍ତାନର ବିଭିନ୍ନ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଆଫଗାନିସ୍ତାନର ଫୌଜାବାଦ୍ ଏହାର କେନ୍ଦ୍ରସ୍ଥଳ ରହିଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି । ଜମ୍ମୁ କାଶ୍ମୀର ପୁଞ୍ଜରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି। ଦିଲ୍ଲୀ ଏନସିଆରରେ ହୋଇଥିବା ଭୂକମ୍ପକୁ ନେଇ ବିଶେଷଜ୍ଞ ମାନେ ଆଗୁଆ ଚେତାବନୀ ଜାରି କରିଥିଲେ । ଏମାନଙ୍କ କହିବା ମୂତାବକ ଦିଲ୍ଲୀ ଏନସିଆରରେ କୌଣସି ବି ସମୟରେ ବଡ ଧରଣର ଭୂକମ୍ପ ହୋଇପାରେ । ତାହା କେହି କହିପାରିବେନାହିଁ। ଦିଲ୍ଲୀ ଏନସିଆରର ୧୦୦ ମିଟର ଗଭୀରରେ ବଡଧରଣର ତ୍ରୁଟି ରହିଛି। ଦିଲ୍ଲୀର ହରିଦ୍ବାର ରିଜ୍, ଦିଲ୍ଲୀ ସରଗୋଧା ରିଜ୍ ରେ ଏହାର କିଛି ଅଂଶ ରହିଛି। ତେଣୁ ଏହି ସ୍ଥାନ ଗୁଡିକରେ ଭୂକମ୍ପ ହେବାର ସମ୍ଭାବନା ରହୁଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..