ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରିଛି। ଆଲର୍ଟ ପରେ କେନ୍ଦ୍ରୀୟ ଏଜେନ୍ସି କିଭଳି ଏହି ବିପଦକୁ ସାମ୍ନା କରାଯିବ ସେ ନେଇ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସିଙ୍କ ସହ ମିଳିତ ଭାବେ ବୈଠକ କରିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ନିୟୋଜିତ ଥିବା ସମସ୍ତ ସୁରକ୍ଷା ଏଜେନ୍ସିଗୁଡିକୁ ଆଲର୍ଟ କରାଯାଇଛି। କୌଣସି ସନ୍ଦେହଜନକ ଜିନିଷ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..