Report Card Odisha

| Daily Odia News

ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସରକାରୀ ଘରୁ ଜଣେ ବିଡିଓଙ୍କ ମୃତଦେହବ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିଶ୍ୱରଞ୍ଜନ ମହାନ୍ତି। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ। ୫/୬ ମାସ ହେଲା ସେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ। ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା। ଏହା ପରେ ଝୁଲନ୍ତା ଅବସ୍ଥାରେ ବିଶ୍ୱରଞ୍ଜନଙ୍କୁ ତାଙ୍କ ସରକାରୀ ବାସଭବନରେ ଦେଖିବାକୁ ମିଳିଥିଲା | ବେକରେ ଗାମୁଛା ବାନ୍ଧି ସେ ଝୁଲି ପଡ଼ିଥିବା କୁହାଯାଉଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ | ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି |

Breaking News