ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷ ମୁନିସ୍ପାଲ୍ ଚାକିରି ଦୁର୍ନୀତିରେ ଜଡ଼ିତ ଥିବା ମାମଲାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଏକ ଟିମ୍ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ଜଣାପଡିଛି । ୨୦୧୪ରୁ ୨୦୧୮ ମଧ୍ୟରେ ଏକାଧିକ ମୁନିସ୍ପାଲିଟିରେ ଚାକିରି ନିଯୁକ୍ତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ସମ୍ପୃକ୍ତି ଥିବା ୨ଟି ଘର, ‘ତୃଣମୂଳ କଂଗ୍ରେସ’ ବିଧାୟକ ତାପସ ରାୟଙ୍କର ଗୋଟାଏ ଓ ମୁନିସ୍ପାଲିଟିର ଜଣେ ପୂର୍ବତନ ଉପାଧ୍ୟକ୍ଷଙ୍କର ଗୋଟାଏ ଘରେ ସକାଳ ପ୍ରାୟ ୬.୪୦ରୁ ତଲାସ ଚାଲିଛି। ମୁନିସ୍ପାଲିଟି ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବିଷୟରେ ତଦନ୍ତ କରିବା ଲାଗି ୨୦୨୩ ଏପ୍ରିଲ୍ ମାସରେ କାଲ୍କାଟା ହାଇକୋର୍ଟ ‘ସିବିଆଇ’କୁ ନିର୍ଦେଶ ଦେଇଥିଲେ। ମୁନିସ୍ପାଲିଟି କରିଥିବା ଦୁର୍ନୀତି ଉପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ‘ସିବିଆଇ’ ତଦନ୍ତ ଚଳାଇଛନ୍ତି। ସୂଚନାଯୋଗ୍ୟ, ଜୁନ୍ ୭ ତାରିଖରେ ‘ସିବିଆଇ’ ୧୬ଟି ସ୍ଥାନରେ ଚଢ଼ଉ କରି ନଦିଆ, ହୁଗୁଳି ଓ ଉତ୍ତର ୨୪ ପ୍ରଗଣା ଜିଲ୍ଲା ଓ ସଲ୍ଟ୍ ଲେକ୍ ଆଦି ଏକାଧିକ ମୁନିସ୍ପାଲିଟିରୁ କାଗଜପତ୍ର ଜବତ କରିଥିଲା। ଏହି ମାମଲାରେ କରାଯାଉଥିବା ‘ସିବିଆଇ’ତଦନ୍ତକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିଥିଲେ। କିନ୍ତୁ, ୨୦୨୩ ଅଗଷ୍ଟରେ ସୁପ୍ରିମ୍ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ପିଟିସନ୍କୁ ଖାରଜ କରିଥିଲେ। ସେହିପରି, ଅକ୍ଟୋବର ୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏହି ଚାକିରି ଦୁର୍ନୀତି ମାମଲାରେ ରାଜ୍ୟ ‘ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଥୀନ୍ ଘୋଷଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..