ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ କରିଛନ୍ତି ରାମଲାଲା | ଏକ ବଡ କ୍ରେନ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଅଯୋଧ୍ୟା ମନ୍ଦିରର ପରିସରକୁ ନିଆଯାଇଛି। ସ୍ୱତନ୍ତ୍ର ପୂଜା ଓ ରୀତିନୀତି ପରେ ରାମଲଲାଙ୍କୁ ଆଜି ଗର୍ଭଗୃହକୁ ନିଆଯିବ। ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା। ପୁଣି ମନ୍ଦିର ପରିସରରେ ଏକ କ୍ରେନ୍ ସହାୟତାରେ ଟ୍ରକରୁ ରାମଲାଲାଙ୍କ ବିଗ୍ରହକୁ ନିଆଯାଇ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇଛି। ଅଯୋଧ୍ୟାରେ ୨୨ ଜାନୁଆରୀରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ୬ ଦିନ ଯାଏ ଚାଲିବାକୁ ଥିବା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ୧୬ ଜାନୁଆରୀରୁ ଆରମ୍ଭ ହୋଇସାରିଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……