ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋବାଇଲ ଛଡ଼ାଇବାକୁ ଆସି ଫସିଗଲା ଚୋର। ଟ୍ରେନର ଝରକା ପଟେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚୋର ଚେଷ୍ଟା କରୁଥିବା ବେଳେ ତାକୁ ଯାତ୍ରୀମାନେ ଧରି ପକାଇଥିଲେ। ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ଚୋରକୁ ଧରି ରଖିଥିଲେ। ଏହା ଫଳରେ ଚୋରଟି ୧କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି | ଚୋରଟି ଖସି ନପାରି ଟ୍ରେନରେ ଓହଳି ହୋଇ ରହିଥିବା ଦେଖିବାକୁ ମିଳିଛି। ଘଟଣାଟି ବିହାରରେ ଘଟିଥିବା ଜଣାପଡିଛି । ସେୟାର କରାଯାଇଥିବା ଭିଡିଓର କ୍ୟାପସନ ଅନୁଯାୟୀ, ଅଭିଯୁକ୍ତ ଚଳନ୍ତା ଟ୍ରେନ୍ରୁ ଚୋରି ଉଦ୍ୟମ କରିଥିଲା। କିନ୍ତୁ ଭିତରେ ବସିଥିବା ଯାତ୍ରୀ ଚୋରକୁ କାବୁ କରି ନେଇଥିଲେ। ଫଳରେ ଚୋର ଆଉ ଖସିପାରି ନଥିଲା | ଟ୍ରେନଟି ଚାଲୁଥିବାରୁ ଯାତ୍ରୀଜଣକ ଚୋରକୁ ଧରି ରଖିଥିଲେ। ଏହି ସମୟରେ ଅନ୍ୟ ଯାତ୍ରୀମାନେ ଘଟଣାର ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..