Report Card Odisha

| Daily Odia News

ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ କରିଥିବା ଚ୍ୟାଲେଞ୍ଜ ଖାରଜ ହେବା ପରେ ମହୁଆ ବଙ୍ଗଳା ଖାଲି କରିଛନ୍ତି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି କରାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଗତବର୍ଷ ଡିସେମ୍ବର ୮ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ। ଏହା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଥିଲା। ଏହା ସତ୍ତ୍ୱେ ବଙ୍ଗଳା ଖାଲି କରିନଥିଲେ ମହୁଆ। ଫଳରେ ୧୧ ତାରିଖରେ ଦ୍ୱିତୀୟ ନୋଟିସ୍ ପଠାଇଥିଲା ଇଷ୍ଟେଟ ନିର୍ଦ୍ଦେଶାଳୟ। ଦ୍ୱିତୀୟ ନୋଟିସ୍ ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ପାଇଁ ଅନୁମତି ଦେବାକୁ ମହୁଆ ଡିଇଓକୁ ଏକ ଚିଠି ଲେଖିଥିଲେ। କିନ୍ତୁ ମହୁଆ ସରକାରୀ ବଙ୍ଗଳାରେ ରହିବା ପାଇଁ ଯେଉଁ ଯୁକ୍ତି ବାଢ଼ିଥିଲେ, ତାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ଗ୍ରହଣ କରି ନଥିଲେ। ଏହା ପରେ ଗତ ମଙ୍ଗଳବାର ମହୁଆଙ୍କ ନିକଟକୁ ଡିଇଓ ଆଉ ଏକ ନୋଟିସ୍ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କହିଥିଲେ। ଇଷ୍ଟେଟ ନିର୍ଦ୍ଦେଶାଳୟର ନୋଟିସକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ଗତକାଲି ଦିଲ୍ଲୀ ହାଇକୋର୍ଟ ଏ ଉପରେ ବିଚାର କରି ତାଙ୍କ ଆବଦେନକୁ ଖାରଜ କରିଦେଇଥିଲେ। ଏହା ପରେ ଆଜି ମହୁଆ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି |

 

Breaking News