ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁପ୍ରିମକୋର୍ଟରେ ପହଞ୍ଚିଛି ଏଏସ୍ଓ ଚୟନ ଅନିୟମିତତା ମାମଲା । ଆଜି ରାଜ୍ୟ ସରକାର,ଓପିଏସ୍ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍ଏଲ୍ପିକୁ ଗ୍ରହଣ କରି ନୋଟିସ୍ କରିଛନ୍ତି। ସୂଚନା ଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଏଏସ୍ଓ ଅନିୟମିତତା ମାମଲାରେ ଉଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ୨୩ ଡିସେମ୍ବର ୨୦୨୩ରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିବା ସହ ଓପିଏସ୍ସି ଦ୍ବାରା ପ୍ରକାଶିତ ୧୧୦୪ ଜଣଙ୍କ ମେଧା ତାଲିକାକୁ ଅଦାଲତ କାଏମ ରଖିଥିଲେ। ମନୋନୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନଥିବା ଅଦାଲତ ସ୍ପଷ୍ଟ କରିଥିଲେ। ଯେଉଁଠାରୁ ମନୋନୟନ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ ଉଚ୍ଚ ନ୍ୟାୟାଳୟ ଓପିଏସ୍ସିକୁ ନିର୍ଦେଶ ଦେଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ବିଚାର କରି ଉକ୍ତ ରାୟ ପ୍ରକାଶ କରିଥିଲେ।






More Stories
କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ…..
ମା’ଙ୍କୁ ମାରି ପ୍ଲାଷ୍ଟର କରିଦେଲା ପୁଅ !…..
ଟାଣି ନେଲା କୁମ୍ଭୀର…..