Report Card Odisha

| Daily Odia News

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିଥିଲେ। ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିବା ଜଣାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଛନ୍ତି। ଗତକାଲି ହଜାରେରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ। ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି। ସମଲେଶ୍ୱର ମନ୍ଦିର ପରିସରରେ ଥିବା ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଆରମ୍ଭ ହେବ। ଏହି ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି। ସମଲେଶ୍ୱରୀ ପ୍ରକଳ୍ପ ଅଧୀନରେ ମନ୍ଦିରର ଚତୁଃପାର୍ଶ୍ୱକୁ ସମ୍ପ୍ରସାରଣ କରାଯାଇଛି। ଏହା ମଧ୍ୟରେ ଯାତ୍ରୀ ନିବାସ, ଯାତ୍ରୀ ପ୍ରତିକ୍ଷାଳୟ ରହିଛି। ଖରା ତଥା ବର୍ଷା ଦିନେ ସୁରୁଖୁରୁରେ ଯାତ୍ରୀଙ୍କ ଧାଡ଼ି ଦର୍ଶନ ପାଇଁ ସେଡର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ଥିବା ଏକ ପୁଷ୍କରଣୀର ପୁନରୁଦ୍ଧାର କରାଯାଇଛି। ମନ୍ଦିର ପ୍ରାଙ୍ଗଣରେ ଆଖି ଖୋସିଦେବା ପରି ପଥରର କାରୁକାର୍ଯ୍ୟ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି। ସମଲେଇ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ସାରା ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ପୂର୍ବରୁ ବନ୍ଦ ଘୋଷଣା କରାଯାଇଛି।

 

Breaking News